ଭୁବନେଶ୍ୱର: ବଦଳିଲେ ଟ୍ୱିନ୍ ସିଟି ପୋଲିସ କମିଶନର । ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସର ନୂତନ ପୋଲିସ କମିଶନର ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ୧୯୯୫ ବ୍ୟାଚର ଏହି ଆଇପିଏସ୍ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନୂଆ ନିଯୁକ୍ତି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏବେ କ୍ରାଇମବ୍ରାଞ୍ଚ ଏଡିଜି ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଠାରୁ ଦାୟିତ୍ୱ ଗ୍ରହଣ କରିବେ । ୧୯୯୦ ବ୍ୟାଚର ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ ଏବେ ପୋଲିସ କମିଶନର ଅଛନ୍ତି ।
ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଓଡ଼ିଶା ପୋଲିସ ହାଉସିଂ ଓ ୱେଲଫେୟାର କର୍ପୋରେସନର (OPHWC) ସିଏମଡି ଭାବେ ନିଯୁକ୍ତ କରାଯାଇଛି । OPHWCର ସିଏମଡି ଥିବା ୧୯୮୮ ବ୍ୟାଚର ଆଇପିଏସ୍ ଏମ୍. ଅକ୍ଷୟଙ୍କୁ ଅଗ୍ନିଶମ ସେବା ଏବଂ ହୋମ୍ ଗାର୍ଡ ଡିଜି ଭାବେ ନିଯୁକ୍ତ କରାଯାଇଛି । ନିକଟରେ ଅଗ୍ନିଶମ ଡିଜି ପଦରେ ଥିବା ବରିଷ୍ଠ ଆଇପିଏସ୍ ସତ୍ୟଜିତ୍ ମହାନ୍ତି ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ତାଙ୍କୁ ଓପିଏସସି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।
Comments are closed.