ଭୁବନେଶ୍ୱର: ମଡେଲ ସୌମ୍ୟରଂଜନ ପାଣିଗ୍ରାହୀ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ମୃତକଙ୍କ ପରିବାରର ଅଭିଯୋଗ ଅନୁୟାୟୀ ୩ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭୁବନେଶ୍ୱର DCPଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିସହ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା, ତାହା ଅଭିଯୋଗକାରିଣୀଙ୍କୁ ଜଣାଇବା ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ୱର ଇନ୍ଫୋସିଟି ଥାନା ଅନ୍ତର୍ଗତ କଳାରାହାଙ୍ଗ ଠାରେ ଗତ ଜାନୁଆରୀ ୩୦ରେ ସୌମ୍ୟରଂଜନ ଆତ୍ମହତ୍ୟା କରିଥିଲେ । ତେବେ ସୌମ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକାଙ୍କୁ ଦାୟୀ କରିଥିଲେ ପରିବାର । ପୋଲିସ ସୁଇସାଇଡ୍ ନୋଟ୍ ସହିତ ସୌମ୍ୟ ବ୍ୟବହାର କରୁଥିବା ୨ଟି ଫୋନ ଜବତ କରି ତଦନ୍ତ କରୁଛି ।
ତେବେ ପୋଲିସର ନିରବତା ନେଇ ଗତ ଫେବ୍ରୁଆରୀ ୨ରେ ସୌମ୍ୟଙ୍କ ଭଉଣୀ ଇନ୍ଫୋସିଟି ଥାନା ଓ ପରେ ୧୯ ତାରିଖରେ ଭୁବନେଶ୍ୱର DCPଙ୍କ ଦ୍ୱାରସ୍ଥ ହୋଇଥିଲେ । ତଦନ୍ତରେ କୌଣସି ଅଗ୍ରଗତି ନହେବାରୁ ସୌମ୍ୟଙ୍କ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ବି ହୋଇଥିଲେ ।
ମଡେଲ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ଆଜି ପୂରିଛି ୨୪ ଦିନ । ଗତ ଜାନୁଆରୀ ମାସ ୩୦ ତାରିଖରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା । ସୌମ୍ୟଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ଦାୟୀ କରୁଥିବା ଯୁବତୀଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାର ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।
ଏନେଇ ସୌମ୍ୟଙ୍କ ଭଉଣୀ କହିଛନ୍ତି, ‘ମୋ ଭାଇ ସୁଇସାଇଡ୍ ନୋଟ୍ରେ ଲେଖିଛି ଯେ ତା ମୃତ୍ୟୁ ପଛରେ ସୋନାଲି ଦାୟୀ । ଆଜି ପର୍ଯ୍ୟନ୍ତ ପୋଲିସ୍ ଏହି ମାମଲାରେ କୌଣସି ପ୍ରକାରର ଆକ୍ସନ୍ ନେଇ ନାହିଁ । ଏମିତି କି ସୋନାଲିକୁ ଡାକି କାଉନସେଲିଂ ମଧ୍ୟ କରାଯାଇନାହିଁ । ଭାଇଙ୍କ ଫୋନ୍ରେ ଯଥେଷ୍ଟ ଏଭିଡେନ୍ସ ଥାଇ ମଧ୍ୟ ପୋଲିସ୍ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରୁଥିବାର ଅଭିଯୋଗ କରାଯାଇଛି ।
Comments are closed.