Latest Odisha News

BREAKING NEWS

ମହେଶ ମଂଜ୍ରେକରଙ୍କ ବିରୋଧରେ ରୁଜୁ ହେଲା କେସ

ମୁମ୍ବାଇ: ମହାରାଷ୍ଟ୍ର ପୋଲିସ ଫିଲ୍ମମେକର ଓ ଅଭିନେତା ମହେଶ ମଂଜ୍ରେକରଙ୍କ ବିରୋଧରେ ଆଇପିସି ଧାରା ୨୯୨, ୩୪, ପୋକ୍ସ ଧାରା ୧୪, ଆଇଟି ଧାରା ୬୭, ୬୭ବି ଅନୁସାରେ କେସ ରୁଜୁ କରାଯାଇଛି । ମରାଠୀ ଫିଲ୍ମ ନାୟ ଭାରନ ଭାତ ଲୋଂଚା କୋନ ନାୟ କୋଂଚାରେ ନାବାଳକଙ୍କ ସହ ଆପତିଜନକ ଦୃଶ୍ୟ ଶୁଟିଂ କରିବା ଏବଂ ମହିଳାଙ୍କ ମାନ ହାନି ପରି ଚରିତ୍ର ପ୍ରଦର୍ଶନ କରିଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ବ୍ୟକ୍ତ କରା ଯାଇଥିଲା ।

କ୍ଷେତ୍ରୀୟ ମରାଠା ସେବା ସଂସ୍ଥା ଏ ନେଇ ଅଭିଯୋଗ ଦାଖଲ କରିଥିଲେ । ଏହାକୁ ନେଇ ମାଜିଷ୍ଟ୍ରେଟ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମଂଜ୍ରେକର ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

Comments are closed, but trackbacks and pingbacks are open.