Latest Odisha News

ସୌନକ ପାରିଖ ଓ ଲଖି ସ୍ବାଇଁଙ୍କୁ ବିଜିସି ଟ୍ରଫି ପ୍ରଦାନ

ଭୁବନେଶ୍ବର: ପ୍ରତିଯୋଗିତାର ଠିକ୍ ବର୍ଷକ ପରେ ଭୁବନେଶ୍ବର ଗଲଫ୍ କ୍ଲବ୍ (ବିଜିସି) ଟ୍ରଫି ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ହକି ଖେଳାଳି ଦିଲ୍ଲୀପ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତାମାନଙ୍କୁ ପୁରସ୍କୃତ କରିଥିଲେ ।

ମୁଖ୍ୟ ବର୍ଗ ୦-୧୮ ହ୍ୟାଣ୍ଡିକ୍ୟାପ୍‌ରେ ସୌନକ ପାରିଖ ବିଜେତା ହୋଇଥିବାବେଳେ ଶୈଳେନ୍ଦ୍ର ଉପାଧ୍ୟାୟ ଉପ ବିଜେତା ହୋଇଥିଲେ। ସେହିଭଳି ମହିଳା ବର୍ଗରେ ଲଖି ସ୍ବାଇଁ ବିଜେତା ଏବଂ ଶୁଭ୍ରା ମିଶ୍ର ଉପବିଜେତା ହୋଇଥିଲ । ୧୯-୨୪ ହ୍ୟାଣ୍ଡିକ୍ୟାପ୍‌ ବର୍ଗରେ କ୍ରିଷ୍ଣେନ୍ଦୁ ନନ୍ଦି ବିଜେତା ଏବଂ ଦୁଲାଲ ପାଣି ଉପ ବିଜେତା ହୋଇଥିଲେ। ବରିଷ୍ଠ ବର୍ଗରେ ବାବି ମିଶ୍ର ଓ ଡକ୍ଟର କେଦାର ଦାଶ ଶୀର୍ଷ ଦୁଇ ସ୍ଥାନରେ ରହିଥିଲେ। ଏମାନଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଛି ।

ଗତବର୍ଷ ମାର୍ଚ୍ଚ ୧୩, ୧୪ ଓ ୧୫ ତାରିଖରେ ବିଜିସି କୋର୍ସରେ ଅନୁଷ୍ଠିତ ବିଜିସି ଗଲଫ୍‌ ପ୍ରତିଯୋଗିତାର ପୁରସ୍କାର ପ୍ରଦାନ ଉତ୍ସବ କରୋନା କାରଣରୁ ସ୍ଥଗିତ ରହିଥିଲା।

Leave A Reply

Your email address will not be published.