Latest Odisha News

BREAKING NEWS

ଦକ୍ଷିଣ ଅଫ୍ରିକାକୁ ୮୨ ରନରେ ପରାସ୍ତ କଲା ଟିମ୍ ଇଣ୍ଡିଆ

ରାଜକୋଟ୍ : ରାଜକୋଟରେ ଖେଳାଯାଉଥିବା ୪ର୍ଥ ଟି-୨୦ରେ ଦକ୍ଷିଣ ଅଫ୍ରିକାକୁ ୮୨ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚ ଜିତି  ସିରିଜକୁ ୨-୨ରେ ବରାବର କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ  ୧୭୦ରନର ବିଜୟ ଲକ୍ଷ୍ୟ ରଖିଥିଲା ।  ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର ୮୭ ରନରେ ଅଲଆଉଟ ହୋଇଯାଇଥିଲା । ଦଳର କୌଣସି ବ୍ୟାଟସମ୍ୟାନ୍ ଭାରତୀୟ ବୋଲରଙ୍କ ସାମନା କରିପାରିନଥିଲେ । ଡୁସନ ସର୍ବାଧିକ 20 ରନ୍ କରିଥିଲେ ।

ଭାରତ ପକ୍ଷରୁ ଅଭେସ ଖାଁ ୪ଟି ଓ ଯୁଜବେନ୍ଦ୍ର ଚହଲ ୨ଟି ଓ୍ବିକେଟ ନେଇଥିଲେ । ଦକ୍ଷିଣ ଆଫ୍ରିକା ଟସ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ।  ଋତୁରାଜ ଗାଇକ୍ବାଡ ୫ ରନରେ ଆଉଟ ହେବା ପରେ ଶ୍ରେୟସ ଆୟର ୪ ରନରେ ଆଉଟ ହୋଇଥିଲେ । ଇଶାନ କିଷନ ୨୭ ରନ କରିଥିବାବେଳେ ଋଷଭ ପନ୍ତ ମଧ୍ୟ ୧୭ ରନ କରି ଆଉଟ ହୋଇଥିଲେ । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ୪୬ ରନ କରିଥିଲେ ଏବଂ କାର୍ତ୍ତିକ ୫୫ ରନ୍ କରିଥିଲେ । ଭାରତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୬୯ ରନ କରିଥିଲା ।

Leave A Reply

Your email address will not be published.