Latest Odisha News

BREAKING NEWS

କରୋନାର ନୂଆ ହଟସ୍ପଟ୍ ଦକ୍ଷିଣ ଏସିଆ, ଭାରତରେ ବଢୁଛି କେସ୍

ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା କୋଟିଏରୁ ଅଧିକ ହେଲାଣି । ମହାମାରୀର ନୂଆ କେନ୍ଦ୍ରସ୍ଥଳ ଭାବରେ ଏବେ ଉଭା ହୋଇଛି ଦକ୍ଷିଣ ଏସିଆ । ବିଶେଷ କରି ଭାରତରେ ସଂକ୍ରମଣ ଗତ ୧୫ ଦିନ ଭିତରେ ରେକର୍ଡ ସ୍ତର ଛୁଇଁଛି । ଭାରତରେ ୩.୧ ପ୍ରତିଶତ ବଢିଛି ସଂକ୍ରମଣ । ଗତ ୧୫ ଦିନରେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଅନ୍ୟ ଦେଶ ତୁଳନାରେ ବି ଦ୍ରୁତ ବଢ଼ିଛି ।

କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ଟପ୍ ୨୦ ଦେଶ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ଗତ ୧୫ ଦିନ ଭିତରେ ଦେଶରେ ପ୍ରତିଦିନ ମୃତ୍ୟୁ ସଂଖ୍ୟାରେ ୪.୨ ପ୍ରତିଶତ ବୃଦ୍ଧି ଘଟିଛି । ଏହି ତାଲିକାରେ ପ୍ରଥମ ସ୍ଥାନରେ ଚିଲି (୪.୪%) ରହିଛି । ସେହିପରି ପ୍ରତିଦିନ ଅଧିକ ସଂକ୍ରମଣ ତାଲିକାରେ ପ୍ରଥମ ସ୍ଥାନରେ ଦକ୍ଷିଣ ଆଫ୍ରିକା ରହିଛି । ଭାରତରେ ପ୍ରତିଦିନ ସଂକ୍ରମଣ ୩.୬ ପ୍ରତିଶତ ବୃଦ୍ଧି ହୋଇଛି ।

ଭାରତରେ ମୋଟ୍ ୫ ଲକ୍ଷ ୨୯ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଅଛନ୍ତି । ସେମାନଙ୍କ ଭିତରୁ କେବଳ ୧୫ ଦିନ ଭିତରେ ୭୧ ପ୍ରତିଶତ ପଜିଟିଭ କେସ୍ ବାହାରିଥିବା ବେଳେ ୮୫ ପ୍ରତିଶତ ମୃତ୍ୟୁବରଣ କରିଛନ୍ତି ।

Comments are closed.