Latest Odisha News

BREAKING NEWS

ରହସ୍ୟମୟ ସ୍ୱର୍ଣ୍ଣଲଙ୍କା: ଜାଣନ୍ତୁ, ସବୁ ମୂଲ୍ୟବାନ ସ୍ୱର୍ଣ୍ଣ ଏବେ କେଉଁଠି !

ଭୁବନେଶ୍ୱର: ପୌରାଣିକ କଥା ଅନୁସାରେ ପ୍ରଭୁ ଭୋଳନାଥ ମାତା ପାର୍ବତୀଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିବା ପାଇଁ ବିଶ୍ଵକର୍ମାଙ୍କ ଦ୍ଵାରା ନିର୍ମାଣ କରାଇଥିଲେ ସ୍ବର୍ଣ୍ଣଲଙ୍କା । ଯେଉଁଠି ଗୋଡିବାଲି ମଧ୍ୟ ସୁନାରେ ଗଢା ହୋଇଥିବା କୁହାଯାଏ ।

ମାତ୍ର ଶିବଙ୍କ ପରମ ଭକ୍ତ ମହାବଳୀ ରାବଣ ଶିବଙ୍କଠାରୁ ଏହି ସ୍ବର୍ଣ୍ଣଲଙ୍କାକୁ ବର ସ୍ୱରୂପ ମାଗିନେଲା ।

ଗର୍ବ ଓ ଅହଙ୍କାରରେ ରାବଣ ଗୋଟିଏ ପରେ ଗୋଟିଏ ପାପ କରି ଚାଲିଥିଲା । ତାର ଔଦ୍ଧତ୍ୟର ସୀମା ସେ ସେତେବେଳେ ପାର କରିଗଲା, ଯେତେବେଳେ ମାତା ସୀତାଙ୍କୁ ସେ ହରଣ କରି ଆଣିଲା । ମହାପ୍ରଭୁ ପୁରୁଷୋତ୍ତମ ରାମ ଲଙ୍କାପତି ରାବଣକୁ ମାରି ମାତା ସୀତାଙ୍କୁ ଉଦ୍ଧାର କରିଥିଲେ ।

ମାଆ ସୀତାଙ୍କୁ ରାବଣ ବନ୍ଦୀ କରି ରଖିଥିବା ସମୟରେ ହନୁମାନ ରାମଙ୍କ ସନ୍ଦେଶ ନେଇ ସୀତାଙ୍କ ପାଖରେ ପହଞ୍ଚିଥିଲେ । ରାବଣର ସେନା ହନୁମାନଙ୍କୁ ବାନ୍ଧି ନେଇଥିଲେ । ହନୁମାନ ରାବଣର ଗର୍ବ ଭାଙ୍ଗିବା ପାଇଁ ସ୍ୱର୍ଣ୍ଣଲଙ୍କାକୁ ଜାଳିପୋଡି ଭସ୍ମ କରିଦେଇଥିଲେ। ଏହାର ପ୍ରମାଣ ଆଜିର ଦିନରେ ବି ମିଳେ।

ହେଲେ ସୁନାତ ନିଆଁରେ ଜଳେନି, ଏଣୁ ପୋଡି ପାଉଁଶ ହୋଇଯାଇଥିବା ଲଙ୍କାର ସୁନା ସବୁ କୁଆଡେ ଗଲା ତାହା ହିଁ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବେଦ ବିଜ୍ଞାନ ମଣ୍ଡଳ ପୁଣେର ଗବେଷକ ଡା.ବର୍ତ୍ତକ ବାଲ୍ମିକୀ ରାମାୟଣରେ ବର୍ଣ୍ଣିତ ଗ୍ରହ ଓ ନକ୍ଷତ୍ରଙ୍କ ସ୍ଥିତି ଓ ବର୍ତ୍ତମାନ ସେହି ଗ୍ରହ ଓ ନକ୍ଷତ୍ରଙ୍କ ସ୍ଥିତିକୁ ଗଣନା କରି ରାମାୟଣ ଯୁଗର ସଠିକ ଆକଳନ କରିଥିଲେ।

ଆଜିଠାରୁ ପ୍ରାୟ ୯ହଜାର ୩୩୭ ବର୍ଷ ପୂର୍ବେ ରାମଚନ୍ଦ୍ର ଓ ରାବଣ ମଧ୍ୟରେ ସଂଘର୍ଷ ହୋଇଥିଲା।

ସ୍ୱର୍ଣ୍ଣଲଙ୍କା ଜଳିବାର କିଛି ଦିନ ଅନ୍ତରାଳରେ ରାବଣ ସବଂଶେ ନିହତ ହୋଇଥିଲା। ଏଣୁ ବିଭିଷଣଙ୍କୁ ଲଙ୍କାର ରାଜା କରାଯାଇଥିଲା। ତେବେ ରାବଣର ଲଙ୍କା ନିର୍ମାଣରେ ବ୍ୟବହୃତ ହୋଇଥିବା ସୁନା ସବୁ କଣ ହେଲା ତାର ବିବରଣୀ କିନ୍ତୁ ପରବର୍ତ୍ତି ସମୟରେ ମିଳିନାହିଁ।

କୁହାଯାଏ ରାବଣ ଯୁଦ୍ଧରେ ନିହତ ହେବା ପରେ ସ୍ୱର୍ଣ୍ଣରେ ନିର୍ମିତ ହୋଇଥିବା ତାର ବିଳାଶମୟ ପ୍ରାସାଦ ସବୁ ପୋଡି ଧ୍ୱଂସସ୍ତୁପ ହୋଇଯାଇଥିଲା। ତେବେ ସେସବୁ ସୁନାକୁ  ପୁରୁଷୋତ୍ତମ ଶ୍ରୀରାମ ଲଙ୍କାର ନାଗରିକଙ୍କ ମଧ୍ୟରେ ବିତରଣ କରିଦେଇଥିଲେ। ଏଣୁ ରାବଣଙ୍କ ସମୟର ସ୍ୱର୍ଣ୍ଣଲଙ୍କା ତାଙ୍କ ପରେ ବି ବିଭିଷଣଙ୍କ ଶାସନରେ ବେଶ ସମ୍ଭ୍ରାନ୍ତ ଥିଲା।

ସେତେବେଳର ସ୍ୱର୍ଣ୍ଣଲଙ୍କା ଏବେର ଶ୍ରୀଲଙ୍କା ନାମରେ ପରିଚିତ । ଏକଦା ସ୍ୱର୍ଣ୍ଣର ରାଜ୍ୟ ଥିବା ଏହି ରାଜ୍ୟର ସମସ୍ତ ସୁନା ଗଲା କୁଆଡେ ?

ତଥାପି ବି ଏତେ ସୁନା ବଳକା ହେବା କଥା ଯାହା ଏବେ ଶ୍ରୀଲଙ୍କାକୁ ଏକ ସମୃଦ୍ଧ ଦ୍ୱୀପରାଷ୍ଟ୍ରରେ ରୂପାନ୍ତରିତ କରିପାରିଥାନ୍ତା। ହେଲେ କଣ ହେଲା ସେ ସବୁ ସ୍ୱର୍ଣ୍ଣ।

ଅତୀତରେ ଭାରତ ଭଳି ଶ୍ରୀଲଙ୍କା ମଧ୍ୟ ଅନେକବାର ବିଦେଶୀ ଆକ୍ରମଣର ଶିକାର ହୋଇଥିଲା। ପ୍ରତିଥର ଆକ୍ରମଣରେ ଆକ୍ରମଣକାରୀମାନେ ଲୁଟି ନେଇଥିଲେ ଦେଶର ସମସ୍ତ ସମୃଦ୍ଧି। ଏଣୁ ଭାରତ ଭଳି ସମୃଦ୍ଧ ଥିବା ଶ୍ରୀଲଙ୍କା ବି ସମୟାନୁକ୍ରମେ ତଳିତଳାନ୍ତ ହୋଇଯାଇଛି।

Leave A Reply

Your email address will not be published.