ଭୁବନେଶ୍ବର: ଯଦି ଘରର ମୁଖ୍ୟ ଦ୍ୱାର ଦକ୍ଷିଣ ପଟେ ଥାଏ ତାହାକୁ ଦକ୍ଷିଣମୁଖି ଗୃହ କୁହାଯାଏ। ଦକ୍ଷିଣମୁଖି ଗୃହରେ ବସବାସ କଲେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। କିନ୍ତୁ ବାସ୍ତୁର ନିୟମ ମାନି ଦକ୍ଷିଣମୁଖି ଗୃହର ନିର୍ମାଣ କରାଯାଏ, ତେବେ ଘରେ ରହୁଥିବା ଲୋକଙ୍କ ଉପରେ ଶୁଭପ୍ରଭାବ ପଡେ ।
-ଦକ୍ଷିଣ ମୁହାଁ ଘରେ ଘରର ଦକ୍ଷିଣ ପଟ ଉତ୍ତର ଓ ପୂର୍ବ ପଟ ଅପେକ୍ଷା ଉଚ୍ଚ କରନ୍ତୁ ।
-ଏପରି ଘରର ଦକ୍ଷିଣ ପଟର ଛାତ ସବୁବେଳେ ଉତ୍ତର ପଟ ଛାତ ଅପେକ୍ଷା ଉଚ୍ଚ ହେଲେ ବହୁତ ଶୁଭଫଳ ମିଳେ। ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
– ଏପରି ଘରେ ଜଳ ନିଷ୍କାସନ ବ୍ୟବସ୍ଥା ଉତ୍ତର ଦିଗକୁ କରନ୍ତୁ , ଘରେ ଧନର ଆଗମନ ହେବ । ଯଦି ପୂର୍ବ ଦିଗକୁ କରିବେ ସୁଖ ଶାନ୍ତି ମିଳିଥାଏ।
-ଦକ୍ଷିଣମୁଖି ଗୃହର ଦକ୍ଷିଣ ଭାଗରେ କୂଅ, ନଳକୂଅ ଓ ଗର୍ତ୍ତ ଆଦି ଥିଲେ ଅର୍ଥହାନୀ ହୁଏ । ଏଥିସହ ଦୁର୍ଘଟଣାର ଆଶଙ୍କା ରହେ । ତେଣୁ ଦକ୍ଷିଣ ପଟରେ ଥିବା କୂଅକୁ ବନ୍ଦକରି ଦିଅନ୍ତୁ । ପୂର୍ବ-ଐଶାନ୍ୟ କିମ୍ବା ଉତ୍ତର–ଐଶାନ୍ୟ ଦିଗରେ କୂଅ ନିର୍ମାଣ କରନ୍ତୁ ।ଯଦି ଜାଗାର ଅଭାବ ଅଛି ବାସ୍ତୁବିତଙ୍କ ପରାମର୍ଶ ନିଅନ୍ତୁ।
-ଦକ୍ଷିଣମୁଖି ଗୃହର ମୁଖ୍ୟ ଦ୍ୱାର ଉପରେ ପ୍ରାଣ ପ୍ରତିଷ୍ଠିତ ମଙ୍ଗଳ ଯନ୍ତ୍ର ଏବଂ ସ୍ୱସ୍ତିକ ବିଧିବିଧାନର ସହ ସ୍ଥାପନା କରନ୍ତୁ । ଦକ୍ଷିଣ ଦିଗର ଅଶୁଭ ପ୍ରଭାବ ହ୍ରାସ ପାଇବ ।
Comments are closed.