Latest Odisha News

ପାଣିରେ ଭାସମାନ ସହର ନିର୍ମାଣ କରିବ ଦକ୍ଷିଣ କୋରିଆ

ବୁସାନ: ବିଶ୍ୱାସ ନ ହେଲେ ବି ସତ । ଦକ୍ଷିଣ କୋରିଆ ପାଣିରେ ଏକ ଭାସମାନ ସହର ନିର୍ମାଣ କରିବା ପାଇଁ ସମସ୍ତ ଯୋଜନା ପ୍ରସ୍ତୁତ କରିସାରିଛି । ୧୫୩୦ କୋଟି ଟଙ୍କାରେ ଏହି ଭାସମାନ ସହର ଗତ ବର୍ଷରୁ ପ୍ଳାନିଂ କରାଯାଇଥିଲା । ଏବେ ଏହାର ଥ୍ରୀଡି ଡିଜାଇନ ପ୍ରସ୍ତୁତ କରାଯାଇଛି । ୨୦୨୫ ସୁଦ୍ଧା ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବ ବୋଲି ଡିଜାଇନରଭମାନେ ଆଶା ବ୍ୟକ୍ତ କରିଛନ୍ତି । ବୁସାନ ସହରର ବୈଜ୍ଞାନିକ ସଂଯୁକ୍ତ ରାଷ୍ଟ୍ରର ମିଳିତ ସହଯୋଗରେ ଏହାକୁ ନିର୍ମାଣ କରିବ ।

ସମୂଦ୍ରକୂଳରେ ଜଳସ୍ତର ବଢ଼ିଲେ ବି କିପରି ସହରରେ ଆରାମରେ ଲୋକମାନେ ରହିପାରିବେ ସେଥିପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ଆମେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସାଜିବାକୁ ଯାଉଛି ବୋଲି ଏହି ପ୍ରୋଜେକ୍ଟର ମୁଖ୍ୟ ଫିିଲିପ ହାଫମ୍ୟାନ କହିଛନ୍ତି । ସୁନ୍ଦର ନୀଳ ରଙ୍ଗର ପାଣି ଉପରେ ଏହି ଭାସମାନ ସହର ପ୍ଲାଟଫର୍ମ ଓ ପୁଲ ସହାୟତାରେ ଯୋଡି ହୋଇ ରହିବ । କ୍ଲାଇମେଟ ଚେଂଜର ପ୍ରଭାବ ଯେପରି ଏହା ଉପରେ ନ ପଡିବ ସେଥିପାଇଁ ପ୍ଲାନିଂ କରାଯାଇଛି । କଂକ୍ରିଟ ବଦଳରେ ଚୂନର ବ୍ୟବହାର କରାଯିବ ।

ପ୍ଲାଟଫର୍ମ ତଳେ ଜାଲି ଲଗାଯିବ ଯାହାକି ସି ଫୁଡ ରଖିବାରେ କାମ ଆସିବ । ମାଛ ଏବଂ ଅନ୍ୟ ଜଳଚରପ୍ରାଣୀଙ୍କ ବର୍ଜ୍ୟ ବସ୍ତୁ ଗଛ ଲଗାଇବାରେ ସହାୟ ହେବ । ଜିରୋ ୱେଷ୍ଟ ଓ ଜୀରୋ ଏନର୍ଜି ସିଷ୍ଟମ୍ସରେ ଏହା ପ୍ରସ୍ତୁତ ହେବ । ସମୁଦ୍ରର ଜଳସ୍ତର ବଢ଼ିଲେ ଏହା ଭାସିବ ବୋଲି ହାଫମ୍ୟାନ କହିଛନ୍ତି ।

Leave A Reply

Your email address will not be published.