Latest Odisha News

BREAKING NEWS

କାର୍ଟୁନ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ସମ୍ପତ୍ତି

ବାରିପଦା: ବାରିପଦା ସହର ଉପକଣ୍ଠସ୍ଥ ମଞ୍ଚାବନ୍ଧ ନିକଟ ଏକ କାଗଜ ପେଟି ଗୋଦାମରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ନିଆଁରେ ପୋଡି ପାଉଁଶ ହୋଇ ଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଉକ୍ତ ଗୋଦାମରୁ ଧୂଆଁ ବାହାରୁଥିବା ନେଇ ଦେଖିବାକୁ ମିଳିଥିଲା । ଏହି ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବିଭାଗ ପହଞ୍ଚି ପ୍ରାୟ ୩ ଦଳକଳ ଗାଡ଼ି ମାଧ୍ୟମରେ ନିଆଁକୁ ଆୟତ୍ତ କରିବାକୁ ପ୍ରଚେଷ୍ଟା କରିଥିଲେ ।

ଅନ୍ୟପକ୍ଷରେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି, ସେନେଇ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଅଗ୍ନିଶମ ବିଭାଗ କର୍ତ୍ତୃପକ୍ଷ ।

ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.