Latest Odisha News

କରୋନା ସଂକ୍ରମଣ ବୃଦ୍ଧି ହେତୁ ସ୍ପେନରେ ଛଅ ମାସ ପାଇଁ ଲାଗୁ ହେଲା ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି

ନୂଆଦିଲ୍ଲୀ: ଶୀତ ଆରମ୍ଭ ହେବା ମାତ୍ରେ ସ୍ପେନରେ ମାରାତ୍ମକ କରୋନା ଭାଇରସ୍‌ର ପ୍ରକୋପ ପୁଣି ଥରେ ଆରମ୍ଭ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଦେଶରେ ଛଅ ମାସ ପାଇଁ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ମଧ୍ୟ କରୋନା ସ୍ପେନରେ ହଇଚଇ ସୃଷ୍ଟି କରିଥିଲା ​। ସୂଚନା ମୁତାବକ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୩୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ୱାର୍ଲଡ ମିଟର ଅନୁଯାୟୀ, କରୋନା ମାମଲାରେ ସ୍ପେନ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି। ଏପର୍ଯ୍ୟନ୍ତ ସ୍ପେନରେ ୧୨ ଲକ୍ଷ ୩୮ ହଜାର ୯୨୨ଟି କରୋନା ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୩୫ ହଜାର ୬୩୯ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ୨୪୦୪ ଲୋକଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି।
ସ୍ପେନରେ ପାଞ୍ଚ ଜୁଲାଇ ପରେ ହଠାତ୍ କରୋନା ମାମଲାରେ ବୃଦ୍ଧି ଘଟିଥିଲା। ସେତେବେଳେ ଦେଶରେ କେବଳ ୨ ଲକ୍ଷ ୭୬ ହଜାର ମାମଲା ରହିଥିଲା। କିନ୍ତୁ ବର୍ତ୍ତମାନ ବଢୁଥିବା ମାମଲା ସ୍ପେନ ସରକାରଙ୍କ ଚିନ୍ତା ବଢାଇ ଦେଇଛି। ଗତକାଲି ଦେଶରେ ୨୩ ହଜାର ୫୮୦ ନୂଆ ମାମଲା ରୁଜୁ ହୋଇଥିଲା।
ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାନେଜ୍ କରୋନାରେ ବୃଦ୍ଧି ପାଉଥିବା ନୂଆ ମାମଲାକୁ ନେଇ କହିଛନ୍ତି, ୟୁରୋପ ଏବଂ ସ୍ପେନ୍ କରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟର ସମ୍ମୁଖୀନ ହେଉଛନ୍ତି। ଆମେ ବହୁତ କଷ୍ଟଦାୟକ ସମୟ ଦେଇ ଗତି କରୁଛୁ। ଏ ନେଇ ପ୍ରଧାନମନ୍ତ୍ରୀ ସାନେଜ୍ ଦେଶରେ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି। ଏହା ଫଳରେ ଲୋକମାନେ ରାତ୍ରି ୧୧ଟା ପରଠୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ଘରୁ ବାହାରକୁ ବାହାରି ପାରିବେ ନାହିଁ।

Leave A Reply

Your email address will not be published.