Latest Odisha News

BREAKING NEWS

ଜମ୍ମୁ କଶ୍ମୀରରେ ତିନି ଜଣ ବିଜେପି କର୍ମୀଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଜମ୍ମୁ କଶ୍ମୀର: ଇଦ ପୂର୍ବରୁ ଦକ୍ଷିଣ କାଶ୍ନୀରରେ ରକ୍ତର ହୋଲି ଖେଳିଲେ ଆତଙ୍କବାଦୀ ।  କୁଲଗାମର ଗୋଟିଏ ଗାଁରେ ବିଜେପିର ତିନି ଜଣ କର୍ମକର୍ତ୍ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ବିଜେପି ଯୁବ ମୋର୍ଚ୍ଚର ଜିଲ୍ଲା ସାଧାରଣ ସମ୍ପାଦକ ଓ ତାଙ୍କର ଦୁଇ ଜଣ ସହଯୋଗୀ ।

ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି ଦି ରେଜେଷ୍ଟ୍ରେସ୍ ଫ୍ରଣ୍ଟ ବା ଟିଆରଏଫ୍ । ଗତକାଲି ରାତିରେ ଏହି ଘଟଣା ଘଟିଛି । କୁଲଗାମ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚରା ସାଧାରଣ ସମ୍ପାଦକ ଉମର ରସିଦ ଓ ତାଙ୍କର ଦୁଇ ସହଯୋଗୀ କାରରେ କୁଆଡ଼େ ଯାଉଥିଲେ । ଏତିକିବେଳେ ବାଇକରେ ଆତଙ୍କବାଦୀ ଆସି ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ।

ଗୁରୁତର ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ । ପରେ ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଆତଙ୍କବାଦୀଙ୍କୁ ଧରିବା ପାଇଁ ପୂରା ଅଞ୍ଚଳରେ ନାକାବନ୍ଦୀ କରିଛି ପୋଲିସ ।

 

Leave A Reply

Your email address will not be published.