Latest Odisha News

BREAKING NEWS

ପାଣି ଭିତରେ ସ୍ପାନିଶ୍‌ ଡ୍ୟାନ୍ସରଙ୍କ ଚମତ୍କାର ନୃତ୍ୟ ପ୍ରଦର୍ଶନ ; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଜଣେ ସ୍ପାନିଶ୍‌ ନୃତ୍ୟଶିଳ୍ପୀଙ୍କ ଚମତ୍କାର ଅଣ୍ଡର ୱାଟର ନୃତ୍ୟ ପ୍ରଦର୍ଶନର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଆକ୍ଟଟି ଫ୍ରାନ୍ସର ବାଷ୍ଟେନ୍‌ ସୋଲିଲଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ନିର୍ମିତ ତିନି ମିନିଟର ଲମ୍ବା ଚଳଚ୍ଚିତ୍ରର ଏକ ଅଂଶ ଥିଲା।

ଟାଙ୍ଗୋ ଚଳଚ୍ଚିତ୍ର ପାଇଁ ଜଣେ ସ୍ପାନିଶ୍‌ କୋରିଓଗ୍ରାଫର ଆରିଡନା ହାଫେଜ୍ ୧୦ ମିଟର ପାଣିରେ ଏହି ନୃତ୍ୟ ପ୍ରଦର୍ଶନ କରିଥିଲେ। ସୋଲିଲଙ୍କ ଏହି ଚମତ୍କାର ନୃତ୍ୟ ପ୍ରଦର୍ଶନର ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ଏବଂ ଏପରିକି ଏହା ବିଷୟରେ ସବିଶେଷ ତଥ୍ୟ ମଧ୍ୟ ସେୟାର କରିଥିଲେ।

ସୋଲିଲଙ୍କ ପୋଷ୍ଟ ଅନୁଯାୟୀ, କୌଣସି ଏୟାର୍‌ ଆସିଷ୍ଟାଣ୍ଟ ସାହାଯ୍ୟରେ ଏହି ଦୃଶ୍ୟଗୁଡ଼ିକର ସୁଟିଂ କରାଯାଇନଥିଲା ଏବଂ ସୁଟିଂ ଶେଷ କରିବା ପାଇଁ କ୍ୟାମେରାମ୍ୟାନ ଏବଂ ନୃତ୍ୟଶିଳ୍ପୀଙ୍କୁ ୧୨୦ ଫ୍ରିଡାଇଭ୍‌ କରିବାକୁ ପଡିଥିଲା।

ଏହି ଭିଡିଓରେ ୧୭,୦୦୦ ରୁ ଅଧିକ ଭ୍ୟୁ ଏବଂ ୧୨୦୦ରୁ ଅଧିକ ଲାଇକ୍ ମିଳିସାରିଛି। ଦେଖନ୍ତୁ ଭିଡିଓ;

 

Comments are closed.