Latest Odisha News

BREAKING NEWS

ପଞ୍ଚୁକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀତି କମିଟି ବୈଠକ ଅନୁଷ୍ଠିତ

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ପଞ୍ଚୁକ ପାଇଁ ନୀତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ଦେଇ କହିଛନ୍ତି ପଞ୍ଚୁକ ସମୟରେ ହବିଷ୍ୟାଳୀଙ୍କ ପାଇଁ ସେଡ୍ ର ବ୍ୟବସ୍ଥା ହେବ। ଗତକାଲି ମୋର ପ୍ରତିକ୍ରିୟାକୁ ଭୁଲ ଭାବେ ଉପସ୍ଥାପିତ କରାଯାଇଛି। ପଞ୍ଚୁକ ସମୟରେ ଅଧିକ ସଂଖ୍ୟକ ଭକ୍ତଙ୍କ ଆଗମନକୁ ସ୍ବାଗତ କରୁଛୁ। ଶୃଙ୍ଖଳିତ ନୀତି ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି।

ସେହିପରି ଶ୍ରଦ୍ଧାଳୁଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ସ୍ବେଚ୍ଛାସେବୀଙ୍କ ସହ ବୟସ୍କ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କେ.ବିଶାଲ ସିଂହ, ନୀତି ପ୍ରଶାସକ, ଉନ୍ନୟନ ସ୍ବତନ୍ତ୍ର ଅଧିକାରୀ ଉପସ୍ଥିତ ଥିଲେ। କାର୍ତ୍ତିକ ମାସର ଶେଷ ୫ ଦିନ ଅର୍ଥାତ୍ ପଞ୍ଚୁକରେ ଅଧିକରୁ ଅଧିକ ଶ୍ରଦ୍ଧାଳୁଙ୍କ ସହ ହବିଷ୍ୟାଳୀଙ୍କ ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସେ କହିଛନ୍ତି।

Leave A Reply

Your email address will not be published.