Latest Odisha News

BREAKING NEWS

ଆଜି ରାତିରେ କେଉଁ ସବୁ ଜିଲ୍ଲାରେ ରହିଛି ବର୍ଷା ଆଶଙ୍କା, ଜାଣନ୍ତୁ

ଭୁବନେଶ୍ୱର: ଆଜି ରାତିରେ ଓଡିଶାର ପ୍ରାୟ ୧୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ଆକଳନ କରାଯାଇଛି ।

ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ରାୟଗଡା, ଗଜପତି, ବାଲେଶ୍ୱର, ନୂଆପଡା, ବଲାଙ୍ଗିର, ଢେଙ୍କାନାଳ, ସୋନପୁର, ବୌଦ୍ଧ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, ଝାରସୁଗୁଡା, ଓ ଅନୁଗୁଳ ଆଦି ଜିଲ୍ଲା ରହିଛି ।

ରାଜ୍ୟର ଏହି ୧୫ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି, ବଜ୍ରପାତ ସହ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ଆଶଙ୍କା ରହିଛି ।

ଏହିସବୁ ଜିଲ୍ଲାଗୁଡିକରେ ଆଜି ସନ୍ଧ୍ୟା ୬ଟା ୧୫ମି.ରୁ ରାତି ୯ଟା ୧୫ମି. ଯାଏଁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.