Latest Odisha News

BREAKING NEWS

କୋଲ୍ ବ୍ଲକ ଆବଣ୍ଟନ ଦୁର୍ନୀତି: ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ଦଣ୍ଡ ଶୁଣାଣି

ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ଦଣ୍ଡବିଧାନ କରିବେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ । ଦିଲ୍ଲୀପଙ୍କ ସମେତ ୫ ଦୋଷୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଣି ରହିଛି । ଗତ ୧୪ ତାରିଖରେ ଦଣ୍ଡବିଧାନ ଶୁଣାଣିକୁ ଆଜି ଯାଏଁ ଘୁଞ୍ଚାଇ ଦେଇଥିଲେ କୋର୍ଟ । ସମସ୍ତ ଦୋଷୀଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଜଜ ଜଷ୍ଟିସ ଭାରତ ପରାସର ।

କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଦିଲ୍ଲୀପଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି କୋଇଲା ମନ୍ତ୍ରାଳୟର ତତ୍କାଳୀନ ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ । ସେହିପରି କାଷ୍ଟ୍ରନ ଟେକ୍ନୋଲୋଜି ଲିମିଟେଡ୍‌ର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ଓ କାଷ୍ଟ୍ରନ ମାଇନିଂ ଲିମିଟେଡ ବା CML ଦୋଷୀ ପ୍ରମାଣିତ ହୋଇଛନ୍ତି ।
Alligations on Dilip Ray on Coal Scam
୧୯୯୯ରେ କାଷ୍ଟ୍ରନ୍‌ ଟେକ୍ନୋଲୋଜିକୁ ଝାଡ଼ଖଣ୍ଡର ବ୍ରହ୍ମଡିହା କୋଲ ବ୍ଲକ୍‌ ଦେବାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ସେତେବେଳେ କେନ୍ଦ୍ରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । ତାଙ୍କ ବିରୋଧରେ ଆସିଥିଲା ଅନମିୟତତା ଅଭିଯୋଗ । ସିବିଆଇ ମାମଲାର ତଦନ୍ତ କରୁଥିଲା । ଠକେଇ, ଜନପ୍ରତିନିଧିଙ୍କ ଦ୍ୱାରା ବିଶ୍ୱାସ ଭଙ୍ଗ, ଅପରାଧିକ ଷଡ଼ଯନ୍ତ୍ର ଓ ପ୍ରିଭେନସନ୍ ଅଫ୍ କରପସନ୍ ଆକ୍ଟର ବିଭିନ୍ନ ଧାରାରେ ଦୋଷୀ ପ୍ରମାଣିତ ହୋଇଥିଲେ ଦିଲ୍ଲୀପ ରାୟ ।

Leave A Reply

Your email address will not be published.