Latest Odisha News

BREAKING NEWS

ମହାତ୍ମାଗାନ୍ଧିଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂରଣ, କାଲି ବିଧାନସଭାରେ ହେବ ସ୍ବତନ୍ତ୍ର ଆଲୋଚନା

ଭୁବନେଶ୍ବର : ଆସନ୍ତାକାଲି ମହାତ୍ମା ଗାନ୍ଧିଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂରଣ ହେବ । ଏହି ଅବସରରେ ଆସନ୍ତାକାଲି ବିଧାନସଭାରେ ହେବ ସ୍ବତନ୍ତ୍ର ଆଲୋଚନା । ଏଥିପାଇଁ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଆଲୋଚନାକୁ ବାତିଲ କରି ଗୃହରେ ସ୍ବତନ୍ତ୍ର ଆଲୋଚନା ହେବ । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ସକାଳ ୧୦ଟାରୁ ଦିନ ୧ଟା ୩୦ ପର୍ଯ୍ୟନ୍ତ ବିଧାନସଭାରେ ସ୍ବତନ୍ତ୍ର ଆଲୋଚନା ହେବ । ବିଶେଷ କରି ମହାତ୍ମାଗାନ୍ଧିଙ୍କ ଓଡ଼ିଶା ଗସ୍ତର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ମହାତ୍ମାଗାନ୍ଧି ଓଡ଼ିଶା ଆସିଥିଲେ । ଆସନ୍ତାକାଲି ଏହାକୁ ଶହେ ବର୍ଷ ପୂରଣ ହେଉଛି । ତେଣୁ ବିଧାନସଭାରେ ହେବାକୁ ଥିବା ସ୍ବତନ୍ତ୍ର ଆଲୋଚନାରେ ସମସ୍ତ ବିଧାୟକ ଉପସ୍ଥିତ ରହି ଆଲୋଚନାରେ ଭାଗ ନେବେ ।

Comments are closed.