Latest Odisha News

BREAKING NEWS

ଖଣି କ୍ଷେତ୍ରରେ ସୃଷ୍ଟି ହେବ ୫୫ ଲକ୍ଷ ନିଯୁକ୍ତି, ସଂସଦରେ ପାରିତ ହେଲା ବିଧେୟକ

ନୂଆଦିଲ୍ଲୀ: ସୋମବାର ରାଜ୍ୟସଭାରେ ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ) ସଂଶୋଧନ ବିଲ୍-୨୦୨୧ ପାରିତ ହୋଇଛି । ବିଲ୍ ଉପରେ ଆଲୋଚନା କରି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଏହି ବିଧେୟକ ଦ୍ୱାରା ଖଣି କ୍ଷେତ୍ରରେ ୫୫ ଲକ୍ଷ ରୋଜଗାର ସୃଷ୍ଟି ହେବ । ଆସନ୍ତୁ ଜାଣିବା କଣ ପରିବର୍ତ୍ତନ ହେବ ।…

‘ବଢ଼ିବ ଘରୋଇ ଭାଗିଦାରୀ’

ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ରାଜ୍ୟସଭାରେ ଖଣି ଓ ଖଣିଜ ପଦାର୍ଥ (ବିକାଶ ଓ ନିୟମାବଳୀ) ସଂଶୋଧନ ବିଲ୍-୨୦୨୧ ଆଗତ କରି କହିଛନ୍ତି ଏହି ବିଧେୟକ ଖଣି କ୍ଷେତ୍ରରେ ଘରୋଇ ଭାଗିଦାରୀ ବୃଦ୍ଧି କରିବ । ଏଥିସହ ଖନନ କାର୍ଯ୍ୟରେ ନୂଆ ଉଦ୍ୟୋଗକୁ ଆଣିବାରେ ସହାୟକ ହେବ । ଏହାଦ୍ୱାରା କ୍ଷଣି କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ହେବ ।

’୫୫ ଲକ୍ଷ ନିଯୁକ୍ତି ସୁଯୋଗ’

ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ଏହି ବିଧେୟକ ଦ୍ୱାରା ଖଣି ନିଲାମ ସହଜ ହେବ । ଏହି କ୍ଷେତ୍ରରେ ୫୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ତେବେ ରାଜ୍ୟସଭାରେ ବିଲ୍ ଉପରେ ଚର୍ଚ୍ଚା ବେଳେ ବିରୋଧୀ ବିଲକୁ ଚୟନ କମିଟିକୁ ପଠାଇବା ଲାଗି ଦାବି କରିଛନ୍ତି । କଂଗ୍ରେସ ପକ୍ଷରୁ ଦିଗବିଜୟ ସିଂହ କହିଛନ୍ତି- ସରକାରଙ୍କ ଦାବି ହେଉଛି ଏହି ବିଲକୁ ଚୟନ କମିଟିକୁ ପଠା ଯାଇଥିଲା । କିନ୍ତୁ ମୁ ଦୃଢ଼ତାର ସହ କହୁଛି ନା ୨୦୧୭, ୨୦୧୮ ଓ ତା ପରେ ବି ଏହା ଚୟନ କମିଟିକୁ ପଠା ଯାଇନାହିଁ ।

Leave A Reply

Your email address will not be published.