Latest Odisha News

ସଂସଦରେ ‘ଦ ସାବରମତି ରିପୋର୍ଟ’ର ସ୍ପେଶାଲ୍ ସ୍କ୍ରିନିଂ

ନୂଆଦିଲ୍ଲୀ: ସଂସଦର ବାଲୟୋଗୀ ଅଡିଟୋରିୟମରେ ‘ଦ ସାବରମତି ରିପୋର୍ଟ’ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ମନ୍ତ୍ରୀ ଓ ସାଂସଦ ଏହି ଫିଲ୍ମ ଦେଖିବାକୁ ଆସିଛନ୍ତି।

ଏହି ଚଳଚ୍ଚିତ୍ରଟି ୨୦୦୨ ଗୋଧ୍ରା ଦଙ୍ଗା ଉପରେ ଆଧାରିତ। ଏହି ଘଟଣା ଘଟିବା ସମୟରେ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ। ତେବେ ବିକ୍ରାନ୍ତ ମେସିଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ନଭେମ୍ବର ୧୫ରେ ମୁକ୍ତିଲାଭ କରିଥିଲା।

ଧୀରଜ ସରନାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଶୋଭା କପୁର, ଏକତା ଆର କପୁର, ଅମୁଲ ଭି ମୋହନ ଏବଂ ଅନସୁଲ ମୋହନଙ୍କ ଦ୍ୱାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ରାଶି ଖନ୍ନା ଏବଂ ରିଦ୍ଧି ଡୋଗ୍ରା ମଧ୍ୟ ଅଭିନୟ କରିଛନ୍ତି।

ତେବେ ଏହି ଚଳଚ୍ଚିତ୍ରକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯାହାପରେ ଚଳଚ୍ଚିତ୍ରକୁ ବିଭିନ୍ନ ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯାଇଛି।

ପ୍ରଧାନମନ୍ତ୍ରୀ ଏହି ଫିଲ୍ମକୁ ପ୍ରଶଂସା କରିବା ସହ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ଯ କରିଛନ୍ତି, ଏହା ଏକ ଭଲ କଥା ଯେ ସତ୍ୟ ବାହାରକୁ ଆସୁଛି ଏବଂ ତାହା ମଧ୍ୟ ଏକ ରୂପରେ ଯାହାକୁ ସାଧାରଣ ଜନତା ଦେଖିପାରିବେ। ଏକ ଭୁଲ୍ କାହାଣୀ ଏବଂ ମିଛ କେବଳ ସୀମିତ ସମୟ ପାଇଁ ଚାଲିଥାଏ। ଶେଷରେ ସତ୍ୟ ପଦାକୁ ଆସିଥାଏ।

Leave A Reply

Your email address will not be published.