Latest Odisha News

BREAKING NEWS

କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ବାଡ ଓ ତମାଣ୍ଡୋ ପୋଲିସ କବଜାରେ ହାଇପ୍ରୋଫାଇଲ ଠକ

ଭୁବନେଶ୍ବର : କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ବାଡ ଓ ତମାଣ୍ଡୋ ପୋଲିସ କବଜାରେ ହାଇପ୍ରୋଫାଇଲ ଠକ । କୋଲକାତାରୁ ଠକକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏହି ଠକ ଜଣକ ଅନଲାଇନରେ ସୁନା କିଣି ଟଙ୍କା ଦେବାକୁ କହି ଠକେଇ କରି ଚାଲିଥିଲା । ଗିରଫ ଠକ ଜଣକ ହେଲା ରାଜୀବ ପ୍ରଭାସ ଗୁପ୍ତା । ସେ ଜଣେ ଏମବିଏ ଛାତ୍ର ବୋଲି ଜଣାପଡିଛି । ୧୦ ଟଙ୍କା ରିଚାର୍ଜ କରି ୧ ଲକ୍ଷ ଟଙ୍କାର ସୁନା ଠକି ନେଇଥିଲେ ।

ଦେଶ ସାରା ବିମାନରେ ବୁଲି ବୁଲି ଠକେଇ କରୁଥିବା ଜଣାପଡ଼ିଛି । ସ୍କ୍ରିନ ସଟ୍ ମେକରରେ ୧ ଲକ୍ଷ ଟଙ୍କା ଏଡିଟ କରି ସୁନା ଦୋକାନୀଙ୍କୁ ଚୂନା ଲଗାଉଥିଲା । ଲୁଟ ଟଙ୍କାରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲା ଠକ ରାଜୀବ । ଏହି ଖବର ଜଣାପଡିବା ପରେ ଦିଲ୍ଲୀ, କୋଲକାତା, ପୁରୀ ଓ ବିଭିନ୍ନ ଥାନାଙ୍କୁ ରାଜୀବର ଫଟୋ ସହ ତଥ୍ୟ ଦିଆଯାଇଛି । ଗିରଫ ପରେ ଗିରଫ ରାଜୀବ ଠାରୁ ୨ ଲକ୍ଷ ଟଙ୍କାର ସୁନା ଗହଣା ଜବତ କରିଛି ପୋଲିସ । ଗତ ୧୫ ତାରିଖରେ ଭୁବନେଶ୍ବର ଓ ପୁରୀର ବଡ ବଡ଼ ସୁନା ସୋରୁମ ମାଲିକଙ୍କୁ ଲଗାଇଥିଲା ଲକ୍ଷାଧିକ ଟଙ୍କାର ଚୂନା । ତା ନାଁରେ ଆଉ କେଉଠି ଅଭିଯୋଗ ରହିଛି ସେନେଇ ଛାନବିନ୍ କରୁଛି ପୋଲିସ ।

Leave A Reply

Your email address will not be published.