ବାରିପଦା: ଶିମିଳିପାଳରେ ନିଆଁ ଲାଗିବାର କାରଣ ଖୋଜିବାକୁ ଆସୁଛନ୍ତି ରାଜ୍ୟର ସ୍ବତନ୍ତ୍ର ଟାସ୍କଫୋର୍ସର ଏକ ୨ ଜଣିଆ ଟିମ୍ । ଜଙ୍ଗଲରେ ନିଆଁ କେମିତି ଲାଗିଲା ଗ୍ରାଉଣ୍ଡ ଜିରୋରୁ ସମୀକ୍ଷା କରିବ ଏହି ଟିମ୍ ।
ଦିନ ସାଢେ ୧୨ଟା ବେଳକୁ ଏସଟିଆରର କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଏନେଇ ଏକ ଆଲୋଚନା ହେବ । ଏହାପରେ ଗଣମାଧ୍ୟମକୁ ଭେଟିବ ଏହି ସ୍ବତନ୍ତ୍ର ଟିମ୍ ।
ପିଠାବଟା ରେଞ୍ଜଗେଟ୍ ଦେଇ ଶିମିଳିପାଳରେ ପ୍ରବେଶ କରିବ ଏହି ୨ ଜଣିଆ ଟିମ୍ । ଶିମିଳିପାଳର ବିଭିନ୍ନ ରେଞ୍ଜରେ ତର୍ଜମା କରାଯିବ । ଏହାପରେ ସନ୍ଧ୍ୟାରେ ଟିମ୍ ତାର ରିପୋର୍ଟ ଦେବ ।
Comments are closed.