Latest Odisha News

BREAKING NEWS

୭୭୫ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଗଲା ସ୍ଵତନ୍ତ୍ର ଟ୍ରେନ

ଭୁବନେଶ୍ବର: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ଭୁବନେଶ୍ବର ରେଳ ଷ୍ଟେସନରୁ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ନେଇ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ବାହାରିଲା ସ୍ଵତନ୍ତ୍ର ଟ୍ରେନ । ପ୍ଲାଟ୍‌ଫର୍ମ ନଂ-୧ ଠାରେ ସ୍ୱତନ୍ତ୍ର ଟ୍ରେନ୍‌କୁ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା ପତକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।

ସୂଚନା ଅନୁଯାୟୀ, ଢେଙ୍କାନାଳରୁ ୧୦୮, ପୁରୀରୁ ୧୨୭, କଟକରୁ ୧୯୭ ଓ ଖୋର୍ଦ୍ଧାରୁ ୧୬୯, କେନ୍ଦ୍ରାପଡ଼ାରୁ ୮୯, ଜଗତସିଂହପୁରରୁ ୮୫ ଜଣ ଯାତ୍ରୀ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି । ମୋଟ ୭୭୫ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀଙ୍କ ସମେତ ସେମାନଙ୍କ ସହ ଯାଉଛନ୍ତି ୨୫ ଜଣ ଏସ୍କର୍ଟ ଗାଇଡ । ତୀର୍ଥଯାତ୍ରା ଲାଗି ସବୁ ବ୍ୟବସ୍ଥା ସହ ତାଙ୍କୁ ସ୍ୱତନ୍ତ୍ର କିଟ୍‌ ଯୋଗାଇ ଦିଆଯାଇଛି ।

ତୀର୍ଥଯାତ୍ରୀମାନେ ମଙ୍ଗଳବାର ନିଜ ନିଜ ଜିଲ୍ଲାରୁ ଆସି ଭୁବନେଶ୍ୱରରେ ସରକାରଙ୍କ ପକ୍ଷରୁ ହୋଇଥିବା ୫ଟି ଅସ୍ଥାୟୀ ରହଣି ସ୍ଥଳ କ୍ୟାପିଟାଲ୍‌ ହାଇସ୍କୁଲ୍‌, ୟୁନିଟ-୯ ବାଳିକା ଏବଂ ବାଳକ ଉଚ୍ଚ ବିଦ୍ୟାଳୟ, ଭାରତ ସ୍କାଉଟ୍‌ସ ଓ ଗାଇଡ୍‌ସ, ଭୀମଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ୱତନ୍ତ୍ର ବ୍ୟବସ୍ଥା ଭିତରେ ରହିଥିଲେ ।

 

Comments are closed.