Latest Odisha News

BREAKING NEWS

ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଆଜି ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର: ମାତ୍ରାଧିକ ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଆଜି ଦୁଇଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଅଛି ।

ପ୍ରଥମ ଟ୍ରେନଟି ଭୁବନେଶ୍ୱର ରୁ ରାତ୍ର ୮ ଘଟିକାରେ ବାହାରି ବ୍ରହ୍ମପୁର, ବିଜୟନଗରମ ଓ ରାୟଗଡା ମାର୍ଗ ଦେଇ କୋରାପୁଟ ଯାତ୍ରା କରିବ ଓ ଏହି ଟ୍ରେନ ଦକ୍ଷିଣ ଓଡିଶା ଓ କଳାହାଣ୍ଡି ଜିଲ୍ଲାର ବହୁ ପରୀକ୍ଷାର୍ଥୀ ମାନଙ୍କୁ ଯାତ୍ରା ସୁବିଧା ଦେଇପାରିବ ।

ଦ୍ଵିତୀୟ ଟ୍ରେନଟି ପୁରୀ ଠାରୁ ରାତ୍ର ୧୧ଟାରେ ଛାଡି ଭୁବନେଶ୍ୱର ଓ ଢେଙ୍କାନାଳ ମାର୍ଗ ଦେଇ ସମ୍ବଲପୁର ଯାତ୍ରା କରିବ ଓ ଏହି ଟ୍ରେନ ଢେଙ୍କାନାଳ, ଅନୁଗୁଳ, ବୌଧ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଏବଂ ଝାରସୁଗୁଡା ଅଞ୍ଚଳର ବହୁ ପରୀକ୍ଷାର୍ଥୀ ମାନଙ୍କୁ ଯାତ୍ରା ସହାୟତା ଦେଇ ପାରିବ ।

ଏହାବ୍ୟତୀତ, ଖୋର୍ଦ୍ଧା ରୋଡ଼-ଖଡ଼ଗ୍ପୁର ଫାଷ୍ଟ ପାସେଞ୍ଜର ଟ୍ରେନକୁ ଏହାର ନିର୍ଧାରିତ ସମୟ ଅପରାହ୍ନ ୪ଘା.୪୫ମି. ପରିବର୍ତ୍ତେ ସନ୍ଧ୍ୟା ୭ଘ.୩୦ମି. ରେ ଛଡ଼ାଯିବ ଯାହାଦ୍ୱାରା ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବାରିପଦା ଅଞ୍ଚଳର ପରାକ୍ଷାର୍ଥୀ ମାନେ ଉପକୃତ ହୋଇପାରିବେ ।

ଏହି ସମସ୍ତ ଟ୍ରେନ ମାନଙ୍କରେ ସାଧାରଣ ଦ୍ଵିତୀୟ ଶ୍ରେଣୀ ବଗି ଉପଲବ୍ଧ କରାଯାଇଅଛି ଓ ସାଧାରଣ ଯାତ୍ରୀ ମାନଙ୍କ ସହିତ ପରୀକ୍ଷାର୍ଥୀମାନେ ବୁକିଂ କାଉଣ୍ଟରରୁ କିମ୍ବା ମୋବାଇଲ ମାଧ୍ୟମରେ ଟିକେଟ ବୁକ କରିପାରିବେ ।

Leave A Reply

Your email address will not be published.