ରାଉରକେଲା: ତାମିଲନାଡୁ ର ତିରପୁର ଷ୍ଟେସନରୁ କୋଭିଡ଼ -୧୯ ଲକଡାଉନ ଯୋଗୁ ଫସିରହିଥିବା ପ୍ରବାସୀଙ୍କୁ ନେଇ ବାହାରିଥିବା ଟ୍ରେନ ଆଜି ସକାଳେ ରାଉରକେଲା ଷ୍ଟେସନରେ ପହଂଚିଛି। ମୋଟ ୬୯୯ ଜଣ ଯାତ୍ରିଙ୍କୁ ନେଇ ଟ୍ରେନ ରାଉରକେଲାରେ ପହଂଚିବା ପରେ ସମସ୍ତ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ଏହି ଯାତ୍ରୀଙ୍କ ସୁନ୍ଦରଗଡର ୭୨ ଜଣଙ୍କ ସମେତ ଓଡ଼ିଶାର ୧୧ଟି ଜିଲ୍ଲାର ପ୍ରବାସୀ ଏବଂ ପଶ୍ଚିମବଙ୍ଗ ଓ ବିହାରର ପ୍ରବାସୀ ଅଛନ୍ତି । ସମସ୍ତ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସ୍ୱତନ୍ତ୍ର ଗାଡିରେ ସେମାନଙ୍କ ଗାଁରେ ହୋଇଥିବା କ୍ୱାରେଂଟିନ ସେଂଟରକୁ ପଠାଇ ଦିଆଯାଇଛି ।
ପ୍ରଶାସନ ପକ୍ଷରୁ ପ୍ରବାସୀଙ୍କ ଲାଗି କରାଯାଇଥିବା ବ୍ୟବସ୍ଥାରେ ସେମାନେ ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡା, ଏଡି ଏମ ଆବୋଲି ସୁନୀଲ ନରବଣେ, ଆର ଏମ ସି ଉପାୟୁକ୍ତ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ୟ୍ୟର ତଦାରଖ କରିଥିଲେ।
Comments are closed.