Latest Odisha News

BREAKING NEWS

ଗାଡ଼ିକୁ ୨୦୦ମି. ଘୋଷାଡ଼ି ନେଲା ଟ୍ରକ୍

ଭୁବନେଶ୍ୱର: ଭୁବନେଶ୍ୱରର ଝାରପଡ଼ା ଓଭରବ୍ରିଜ୍ ଅଞ୍ଚଳ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍ ଦୁଇ ଚକିଆ ଗାଡ଼ିକୁ ଧକ୍କା ଦେବାରୁ ଏହା ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିଲା। ତେବେ ଏହି ଘଟଣା ରବିବାର ଘଟିଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଚଳନ୍ତା ଗାଡ଼ି ତଳେ ସ୍କୁଟରଟି ଲାଗି ରହିବା ସହିତ ଦୀର୍ଘ ସମୟ ଧରି ଘର୍ଷଣ ଯୋଗୁଁ ସ୍ପାର୍କିଂ ଦେଖାଯାଉଥିଲା। ଆରୋହୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଟ୍ରକ୍ ଡ୍ରାଇଭର ହୁଏତ ମଦ୍ୟପାନ କରି ଗାଡ଼ି ଚଲାଉଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିଲା। ଡ୍ରାଇଭରଙ୍କ ବେପରୁଆ କାର୍ଯ୍ୟରେ ଉତ୍ତେଜିତ ହୋଇ ସ୍ଥାନୀୟ ଲୋକମାନେ ଟ୍ରକ୍ କୁ ଘେରିଯାଇ ଭଙ୍ଗାରୁଜା କରିଥିଲେ। ଲକ୍ଷ୍ମୀସାଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା ଏବଂ ଟ୍ରକ୍ ଡ୍ରାଇଭରଙ୍କୁ ଅଟକ ରଖିଥିଲା।

ତେବେ ଦୁର୍ଘଟଣାର ସଠିକ୍ କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।

Leave A Reply

Your email address will not be published.