Latest Odisha News

BREAKING NEWS

ଭଦ୍ରକରୁ ଉଦ୍ଧାର ହେଲା ବିରଳ ପ୍ରଜାତିର ସ୍ୱର୍ଣ୍ଣ କଇଁଛ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ବିରଳ ପ୍ରଜାତିର ସ୍ୱର୍ଣ୍ଣ କଇଁଛ । ଏହାକୁ ଭଗବାନ ଭାବେ ପୂଜା କଲେ ଉଦ୍ଧାରକାରୀ ଚାଷୀ ।

ମିଳିଥିବା ସୂଚନା ଅନୁସାରେ, ଏହି ଅଞ୍ଚଳର ଜଣେ ଚାଷୀ ନିଜ ବିଲରେ ହଳ କରୁଥିଲେ। ହଠାତ ସୁନା ରଙ୍ଗର ଏହି ବିରାଟ କଇଁଛକୁ ଦେଖି ସେ ପ୍ରଥମେ ଡ଼ରିଯାଇଥିଲେ । ପରେ ତାଙ୍କୁ ଧରି ଚାଷୀ ଜଣଙ୍କ ନିଜ ଘରକୁ ଆଣି ପୂଜାର୍ଚ୍ଚନା କରିଥିଲେ ଓ ପରେ କଇଁଛର ସୁରକ୍ଷା ପାଇଁ ବନବିଭାଗକୁ ହସ୍ତାନ୍ତର କରିଥିବା ସୂଚନା ଦେଇଛନ୍ତି ।

ଏଭଳି ବିରଳ ପ୍ରଜାତିର କଇଁଛକୁ ପୂର୍ବରୁ କେବେ କେହି ଦେଖି ନ ଥିବା ବେଳେ ଏବେ ଏହି କଇଁଛକୁ ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି ।

Leave A Reply

Your email address will not be published.