ଆମ ଚାରିପାଖରେ ଅନେକ ଘଟଣା ଘଟିଚାଲିଛି । ରହସ୍ୟମୟ ଦୁନିଆ ଭିତରେ ଆମେ ରହିଛେ। ପ୍ରତିଦିନ କିଛି କିଛି ରହସ୍ୟମୟ ଘଟଣା ଆମ ସାମନାକୁ ଆସୁଛି। ଏଇ ଯେମିତି ରିଦମିକ୍ ସ୍ପ୍ରିଙ୍ଗ । ଏହା ହେଉଛି ଏକ ଝରଣା । ଆମେରିକାର ୱାୟୋମିଙ୍ଗ ପର୍ବତରୁ ବାହାରିଥିବା ଛୋଟ ଝରଣା। । ହେଲେ ଏହା କୌଣସି ସାଧାରଣ ଝରଣା ନୁହେଁ। ରହସ୍ୟମୟ ହେଉଛି ଏହି ଝରଣା। ଯାହା ପ୍ରବାହିତ ହୋଇଥାଏ ହେଲେ ପ୍ରତି ୧୫ମିନିଟରେ ଆପେ ଆପେ ବନ୍ଦ ହୋଇଯାଏ ।
ସ୍ଵିଫ୍ଟ କ୍ରିକ୍ ଉପତ୍ୟକାରୁ ସେହି ଛୋଟ ଝରଣା ପ୍ରବାହିତ ହୋଇଥାଏ । ଝରଣାର ବିଶେଷତ୍ୱ ହେଉଛି ଜଳ ପାହାଡ ମଧ୍ୟଭାଗରୁ ମୁଷଳ ଧାରାରେ ପଡିଥାଏ। କିନ୍ତୁ ଏହା ପରେ ପାଣି ମଝିରେ ମଝିରେ ଅଟକିଯାଏ। ପ୍ରାୟ ୧୫ ମିନିଟ୍ ଅଟକିବା ପରେ, ଜଳ ସ୍ରୋତ ପୁଣି ଥରେ ପଡ଼ିବା ଆରମ୍ଭ କରେ। ଏହି ଚକ୍ର ପ୍ରତ୍ୟେକ ୧୫ ମିନିଟରେ ଥରେ ପୁନରାବୃତ୍ତି ହୋଇଥାଏ।
ୱାୟୋମିଙ୍ଗର ଏହି ଅଦ୍ଭୁତ ଝରଣା ଗ୍ରୀଷ୍ମ ଋତୁରେ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ଯେତେବେଳେ ଭୂମି ତଳ ଜଳ ପ୍ରବାହ କମ୍ ହୁଏ, ସେତେବେଳେ ଲୋକମାନେ ଏଠାକୁ ଆସି ଝରଣାକୁ ଉପଭୋଗ କରନ୍ତି ।
ଏ ଏହି ଘଟଣା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହୁଏନି। ପ୍ରାକୃତିକ ମନୋରମ ପରିବଶେରେ ଥିବା ଏହି ଝରଣାର ଦୃଶ୍ୟ ବି ବେଶ୍ ମନୋରମ। ହେଲେ ପ୍ରତି ସମୟରେ ପାଣି ଅଟକିବା ନେଇ ଅନେକ ପ୍ରଶ୍ନ?
ଏହି ଘଟଣା ନେଇ ବୈଜ୍ଞାନିକ ମାନେ ବି ଫେଲ୍ ମାରିଛନ୍ତି । ବହୁ ଚେଷ୍ଟା କରି ଏହାର ରହସ୍ୟ ଏପର୍ଯ୍ୟନ୍ତ କେହି ବି ଉନ୍ମୋଚନ କରିପାରିନାହାନ୍ତି । ଏବେ ବି ଏହି ରିଦମିକ୍ ସ୍ପ୍ରିଙ୍ଗ ରହସ୍ୟ ରହସ୍ୟ ଭିତରେ ହିଁ ରହିଛି ।
BREAKING NEWS
- Bangladesh incident :ବାଂଲାଦେଶ ଘଟଣାକୁ ନିନ୍ଦା କଲେ ବଲିଉଡ଼ ଅଭିନେତ୍ରୀ ଜାନଭୀ କପୁର
- ଜାନୁଆରୀ ୨୧ରେ ଓଏସ୍ଏସ୍ଟିଇଟି ପରୀକ୍ଷା
- ବାଂଲାଦେଶରେ କଳାକାରଙ୍କୁ ଆକ୍ରମଣ, କନସର୍ଟରେ ଭଙ୍ଗାରୁଜା…
- ୬୦ ବର୍ଷରେ ସଲମାନ ଖାନ, ଏବେବି କମିନି ଚାର୍ମ…
- କୋଭିଡ-୧୯ ମହାମାରୀ ପରେ ଦେଶରେ ବଡ ସଙ୍କଟ ବାୟୁ ପ୍ରଦୂଷଣ
- ନନ୍ଦନକାନନରେ ପୁଣି ଆରମ୍ଭ ବୋଟିଂ ସେବା
- ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଉଦ୍ଘାଟିତ; ୩୫୦ ନୃତ୍ୟଶିଳ୍ପୀଙ୍କ ଅଂଶଗ୍ରହଣ, ଭାରତ ବାହାରୁ ୧୫…
- ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୫ମ ଓ ୬ଷ୍ଠ ଦିନରେ ୪୨୧ ମାମଲା ରୁଜୁ,୨.୧୭ କୋଟି ମୂଲ୍ୟର…
- ଚଳିତ ମାସରୁ SOG ଯବାନ ଓ ଅଫିସରଙ୍କ Risk Allowance ହେଲା ବୃଦ୍ଧି
- ଆତଙ୍କବାଦ ଉପରେ ‘୩୬୦-ଡିଗ୍ରୀ’ପ୍ରହାର ପାଇଁ ପ୍ରସ୍ତୁତ:ଅମିତ ଶାହ
Comments are closed.