Latest Odisha News

BREAKING NEWS

[ଭିଡିଓ] ହରିୟାଣା ଟୁଇଷ୍ଟ ସହ ମାର୍କେଟକୁ ଆସିଲା “କାଚା ବାଦାମ୍‌” ମ୍ୟୁଜିକ୍ ଭିଡିଓ

ଭୁବନେଶ୍ୱର: ଇନଷ୍ଟାଗ୍ରାମ୍ ହେଉ ଅବା ଫେସବୁକ୍ କିମ୍ବା ୟୁଟ୍ୟୁବ୍ ସର୍ଟସ୍ ଖୋଲିବା ମାତ୍ରେ କାଚା ବାଦାମ୍ ଗୀତ ସାମ୍ନାକୁ ଆସୁଛି । ଅନେକ ସୋସିଆଲ ମିଡିଆ ୟୁଜର୍ ଏହି ଭାଇରାଲ୍ ଗୀତର ତାଳେତାଳେ ସର୍ଟସ୍ ଣିଡିଓ ପ୍ରସ୍ତୁତ କରିବାକୁ ପସନ୍ଦ କରୁଛନ୍ତି । ଖାସ ଏହି କାରଣକୁ ନେଇ ରିଲିଜ୍ ହେଲା “କାଚା ବାଦାମ୍ ହରିୟାଣା ଭର୍ସନ୍‌” ।

ପଶ୍ଚିମବଙ୍ଗର ବାଦାମ୍ ବେପାରୀ ଭୁବନ୍ ବାଦ୍ୟାକର୍ ବଙ୍ଗଳା ଭାଷାରେ କାଚା ବାଦାମ୍ ଗୀତ ପାଇଁ ରାତାରାତି ସେନ୍ସେସନ୍ ପାଲଟିଥିଲେ । ସେହି ସେନ୍ସେସନକୁ ବଜାୟ ରଖିବା ପାଇଁ ହରିୟାଣାର କିଛି ସଙ୍ଗୀତ କଳାକାର ଚେଷ୍ଟା କରିଛନ୍ତି । ରିଲିଜ୍ ହୋଇଛି କାଚା ବାଦାମର ହରିୟାଣା ରିମିକ୍ସ ଭିଡିଓ ସଙ୍ଗ । ଏଥିରେ ଅନ୍ୟ କଳାକାରଙ୍କ ସମେତ ଖୋଦ ଭୁବନ ମଧ୍ୟ ନଜର ଆସିଛନ୍ତି ।

ଏହି ରିମିକ୍ସ ଗୀତରେ ହରିୟାଣା ସିଙ୍ଗର୍ ଅମିତ୍ ଧୁଲ୍ ଓ ଭୁବନ ମିଳିତ ଭାବେ ନିଜ ସ୍ୱରକୁ ସଜାଇଛନ୍ତି । ତା ଛଡା ଏହାର ପିକ୍‌ଚରାଇଜେସନରେ ସୋସିଆଲ୍ ମିଡିଆରେ ଟ୍ରେଣ୍ଡିଂ ଲିଷ୍ଟରେ ଥିବା କିଛି ସୋସିଆଲ୍ ମିଡିଆ ୟୁଜର ମଧ୍ୟ ଡାନ୍ସ କରିବାରେ ନଜର ଆସିଛନ୍ତି ।

Comments are closed, but trackbacks and pingbacks are open.