Latest Odisha News

BREAKING NEWS

‘ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ’ ଦ୍ୱାରା ସମ୍ମାନିତ ହେଲେ ‘କିଟ୍’ ଓ ଦୂତି ଚାନ୍ଦ

ଭୁବନେଶ୍ୱର: ଦୌଡ଼ରାଣୀ ଦୂତି ଚାନ୍ଦ ଓ କିଟ୍ କୁ ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ ସମ୍ମାନିତ କରିଛି । ଦେଶର କ୍ରୀଡ଼ା ବିକାଶରେ କିଟ ଓ କିସ ଯେଉଁ ନିରବଚ୍ଛିନ୍ନ ସହଯୋଗ ପ୍ରଦାନ କରୁଛି । ଏହି କ୍ରୀଡ଼ା ପ୍ରୋତ୍ସାହନ ପାଇଁ କିଟ ଓ କିସ ତଥା ନିକଟରେ ଦେଶ ପାଇଁ ୨ଟି ଏସିଆଡ ରୌପ୍ୟ ପଦକ ଜିତି ଆଣିଥିବା ଦୌଡ଼ ରାଣୀ ଦୂତୀ ଚାନ୍ଦଙ୍କୁ ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ ସମ୍ବର୍ଦ୍ଧିତ କରିଛି ।

ବାଙ୍ଗାଲୋରରେ ଅନୁଷ୍ଠିତ ୪୧ତମ ଜାତୀୟ କନଭେନସନର ଉଦଯାପନୀ ଉତ୍ସବରେ ଦୂତୀ ଏବଂ କିଟ ଓ କିସକୁ ସମ୍ମାନିତ କରାଯାଇଥିଲା । ସବୁଠାରୁ ଅଧିକ ବିଶ୍ୱ ଟାଇଟଲ ଜିତିଥିବା କ୍ୟୁ ସ୍ପୋର୍ଟସର ମହାନତମ ଖେଳାଳି ପଙ୍କଜ ଆଡଭାନୀ ଦୂତୀଙ୍କୁ ଉତ୍ତରୀୟ ଏବଂ ପ୍ରଶଂସାପତ୍ର ପ୍ରଦାନ କରିଥିଲେ ।

ସେହିପରି ୫୦୦୦ରୁ ବେଶୀ ଖେଳାଳି ସୃଷ୍ଟି କରି ସାରିଥିବା ତଥା ଦେଶକୁ ୧୬ଟି ବିଭିନ୍ନ ଖେଳରେ ୭୬ ଜଣ ଆର୍ନ୍ତଜାତିକ ଷ୍ଟାର ପ୍ରଦାନ କରିଥିବା କିଟ ଓ କିସକୁ ଏହି ଖେଳ ବିକାଶ ଧାରା ପାଇଁ ମଧ୍ୟ ସମ୍ମାନିତ କରାଯାଇଥିଲା । ବାଙ୍ଗାଲୋରରେ ଥିବା କିଟର ବରିଷ୍ଠ ଅଧିକାରୀ ସସ୍ମିତା ରାଉତ ପଙ୍କଜ ଆଡଭାନୀଙ୍କ ପାଖରୁ ବିଶେଷ ପ୍ରଶଂସାପତ୍ର ଗ୍ରହଣ କରିଥିଲେ । ଏହି ସମ୍ମାନପ୍ରଦାନ ପର୍ବ ବେଳେ ମଞ୍ଚରେ ଉପସ୍ଥିତ ଥିଲେ ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘର ସଭାପତି ସୁବୋଧ ମଲ୍ଲ ବରୁଆ ଏବଂ ବାଙ୍ଗାଲୋର କ୍ରୀଡ଼ା ଲେଖକ ସଂଘର ସଭାପତି ମନୁଜା ବିରାପ୍ପା ।

Leave A Reply

Your email address will not be published.