Latest Odisha News

BREAKING NEWS

ଗଞ୍ଜାମ: ଡିଜେଲ ପିଇ ୫ବର୍ଷ ବାଳକର ମୃତ୍ୟୁ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଶେରଗଡ ଥାନା ଅନ୍ତର୍ଗତ ରାମକୃଷ୍ଣପୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଏକ ୫ ବର୍ଷିୟ କୋମଳ ମତି ଶିଶୁଟି ନିଜ ଅଜାଙ୍କ ଘରକୁ ବୁଲିବାକୁ ଯାଇଥିବା ସମୟରେ ତାର ମୃତ୍ୟୁ ଘଟିଛି ।

ପିଲାଟି ନିଜ ଅଜା ଘରକୁ ବୁଲିବାକୁ ଯାଇଥିଲା ଏବଂ ଏହି ସମୟରେ ପିଲାଟି ପାଣି ପିଇବାକୁ ଯାଇ ଭୁଲବଶତଃ ରଖାଯାଇଥିବା ଡିଜେଲକୁ ପିଇଦେଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ କିଛି ସମୟ ପରେ ହଠାତ ପିଲାଟି ଅସୁସ୍ଥ ହୋଇପଡିବାରୁ ତାକୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ପରବତ୍ତି ସମୟରେ ଚିକିତ୍ସାଧିନ ଅବସ୍ଥାରେ ପିଲାଟିର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.