Latest Odisha News

BREAKING NEWS

ନକଲି ଘିଅ କମ୍ପାନୀ ଠାବ; ବିପୁଳ ପରିମାଣର ପ୍ରସ୍ତୁତି ସାମଗ୍ରୀ ଜବତ, ମାଲିକ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ବଡ ବଜାରର ମାଧବନଗର ଅଞ୍ଚଳରେ ନକଲି ଘିଅ ପ୍ରସ୍ତୁତି ୟୁନିଟ ଉପରେ ପୋଲିସର ଚଢ଼ାଉ । ଘଟଣାରେ ଜଣକୁ ଗିରଫ କରିଛି ପୋଲିସ । ଶ୍ରୀ ମାଆ ଦୁର୍ଗା ନାମରେ ଚାଲିଥିଲା ନକଲି ଘିଅ ପ୍ରସ୍ତୁତି । ଚଢାଉବେଳେ ବିପୁଳ ପରିମାଣର ନକଲି ଘିଅ ସହ ପ୍ରସ୍ତୁତି ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ ।

ଘଟଣାରେ ୟୁନିଟ ମାଲିକ ଇପାରୀ ରାଜେଶ୍ୱରୀ ପାତ୍ରଙ୍କୁ ଗିରଫ କରିଛି ପୋଲିସ । ଇପାରୀ ରାଜେଶ୍ୱରୀ, ତାଙ୍କ ଭାଇ ଓ ଅନ୍ୟକର୍ମଚାରୀ ମାନେ ମିଶି ପୋଡା ତେଲ, ନିମ୍ନ ମାନର ପାମ ତେଲ ସହ ବିପଦଜନକ କେମିକାଲ ମିଶ୍ରଣ କରି ନକଲି ଘିଅ ପ୍ରସ୍ଥତି କରୁଥିଲେ । ଘିଅକୁ ପ୍ୟାକ କରିବା ପାଇଁ ସେମାନେ ଅତ୍ୟାଧୁନିକ ସ୍ୱୟଂଚାଳିତ ପ୍ୟାକେଜିଂ ମେସିନ୍ ବ୍ୟବହାର କରୁଥିଲେ ।

ଘଟଣାସ୍ଥଳରୁ ୧୦୨ କାର୍ଟୁନ ପେଟିରେ ୨୦୦ ମିଲି ଲିଟରର ୧୦ ହଜାର ୨୦୦ଟି ଘିଅ ପ୍ୟାକେଟ, ୩ଟି ସ୍ୱୟଂଚାଳିତ ଘିଅ ପ୍ୟାକେଜିଂ ମେସିନ୍ । ଗୋଟିଏ ଗ୍ରିଡିଙ୍ଗ ମେସିନ, ରାଇସ ବ୍ରାନ ତେଲରେ ଭରପୁର ୯୧ଟି ତେଲ ଟିଣ । ଜୁବୁଲି କମ୍ପାନୀର ୧୫ କିଲୋଗ୍ରାମର ୧୦୦ କାର୍ଟୁନ ପେଟିର ବନସ୍ପତି ଘିଅ, ଦୁଇଟି ବଡ ବଡ ଘିଅ ତିଆରି ବାସନ ଓ ଗ୍ୟାସ ଷ୍ଟୋଭ ଓ ଶ୍ରୀ ମାଆ ଦୁର୍ଗା ଲେଖାଯାଇଥିବା ୧୫ ଶହ ଟି ଖାଲି କାର୍ଟୁନ ପେଟି ଜବତ କରାଯାଇଛି ।

ତେବେ ପ୍ରସ୍ତୁତି ଘିଅ ପ୍ୟାକେଟରେ ଟ୍ରେଡ ଲାଇସେନ୍ସ ଉଲ୍ଲେଖ ନଥିବା ଜଣାପଡିଛି । ପ୍ରସ୍ତୁତି ତାରିଖ କିମ୍ବା ଏକ୍ସପାଏର ତାରିଖ ମଧ୍ୟ ପ୍ୟାକେଟରେ ଉଲ୍ଲେଖ ନାହିଁ । ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ନକଲି ଘିଅ ଚାଲାଣ କରି ବ୍ୟବସାୟ କରୁଥିଲା ଏହି ଠକ କମ୍ପାନୀ । ଗତ ଦୁଇ ବର୍ଷ ଏଭଳି ବ୍ୟବସାୟ କରି ଲୋକଙ୍କୁ ଠକି ଆସୁଥିଲା ଏହି କମ୍ପାନୀ ।

Leave A Reply

Your email address will not be published.