Latest Odisha News

BREAKING NEWS

ଘରେ ଅବା ବାଡିରେ ଗୁଣ୍ଡୁଚିମୂଷା ଦେଖିବା ଶୁଭ ନା ଅଶୁଭ?

ଭୁବନେଶ୍ବର: ଘରର ଅଗଣାରେ ଅବା ବାଡିରେ ଆପଣ ଗୁଣ୍ଡୁଚି ମୂଷା ବେଳେବେଳେ ଦେଖୁଥିବେ ।  ତେବେ ଜାଣିଛନ୍ତି ଧାର୍ମିକ ଦୃଷ୍ଟିକୋଣରୁ ଗୁଣ୍ଡୁଚି ମୂଷା ବହୁତ ଶୁଭ। ଗୁଣ୍ଡୁଚି ମୂଷା ଦେଖିବା କିମ୍ବା ଛୁଇଁବା ବ୍ୟକ୍ତି ପାଇଁ ସୌଭାଗ୍ୟ ଆଣିଥାଏ । ତେବେ ଜ୍ୟୋତିଷଙ୍କ ମତରେ ଗୁଣ୍ଡୁଚି ମୂଷା ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଏବଂ ଘରେ ଏହାର ଆଗମନ ହେଲେ ଧନ ଏବଂ ସମୃଦ୍ଧି ଆସିଥାଏ ।

ତେବେ ଆପଣ ଘର ଅଗଣାରେ ଗୁଣ୍ଡୁଚି ମୂଷା ଦେଖନ୍ତି, ତେବେ ବୁଝିଯାଆନ୍ତୁ ଯେ ଆପଣଙ୍କୁ ବହୁତ ଶୀଘ୍ର କିଛି ଭଲ ଖବର ମିଳିବ। ଯଦି ଆପଣ ପ୍ରତିଦିନ ଗୁଣ୍ଡୁଚିମୂଷା ଦେଖୁଛନ୍ତି, ତେବେ ଏହାର ଅର୍ଥ ହେଉଛି ଦେବୀ ଲକ୍ଷ୍ମୀ ଆପଣଙ୍କ ପ୍ରତି ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି । ଯଦି ଗୋଟିଏ ଗୁଣ୍ଡୁଚିମୂଷା ଆପଣଙ୍କ ଶରୀର ଉପରେ ଚଢ଼ିଯାଏ, ତେବେ ଆପଣଙ୍କୁ ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ମିଳିଥାଏ ।

ସେହିପରି ସକାଳେ ଗୁଣ୍ଡୁଚି ମୂଷା ଦେଖୁଛନ୍ତି, ତେବେ ଜାଣି ଯାଆନ୍ତୁ ଆପଣଙ୍କର ସାରା ଦିନ ଭଲରେ କଟିବ ।

ଏଥିସହ ଆପଣଙ୍କ ଅଗଣାକୁ ସବୁବେଳେ ଗୁଣ୍ଡୁଚିମୂଷା ଆସୁଛନ୍ତି ଓ ଆପଣଙ୍କ ସନ୍ତାନ ନାହିଁ । ତେବେ ଜାଣି ଯାଆନ୍ତୁ ଆପଣଙ୍କୁ ସନ୍ତାନ ପ୍ରାପ୍ତି ହେବ ।

ହଠାତ୍ ଗୁଣ୍ଡୁଚି ମୂଷା ଦେଖିଲେ ଜାଣିବେ ଆପଣଙ୍କ ସହିତ କିଛି ବହୁତ ଭଲ ଘଟଣା ଘଟିବାକୁ ଯାଉଛି। ରୋଷେଇ ଘରେ ଗୁଣ୍ଡୁଚିକୁ ଦେଖିଲେ ବୁଝିଯାଆନ୍ତୁ ଯେ, ଆପଣଙ୍କ ଘରେ କେବେ ଖାଦ୍ୟର ଅଭାବ ହେବ ନାହିଁ।

ସ୍ୱପ୍ନରେ ଗୁଣ୍ଡୁଚି ମୂଷା ଦେଖୁଛନ୍ତି, ତେବେ ଏହାର ଅର୍ଥ ହେଲା ଆପଣଙ୍କୁ ଖୁବ୍ ଶୀଘ୍ର ଧନ ପ୍ରାପ୍ତି ହେବ ।

 

Comments are closed.