Latest Odisha News

BREAKING NEWS

ମହାଶିବରାତ୍ରୀରେ ଏହି ଜିନିଷ କରନ୍ତୁ ଦାନ; ଦୂର ହେବ ଆର୍ଥିକ ସଙ୍କଟ

ଭୁବନେଶ୍ବର: ଚଳିତବର୍ଷ ମହାଶିବରାତ୍ରୀ ୨୬ ଫେବୃଆରୀ (ବୁଧବାର)ରେ ପାଳନ କରାଯିବ। ଫାଲଗୁନ୍‌ ମାସରେ ପଡୁଥିବା ଶିବରାତ୍ରି ସବୁଠାରୁ ସ୍ବତନ୍ତ୍ର ଅଟେ। କାରଣ ଏହି ଶିବରାତ୍ରିକୁ ମହାଶିବରାତ୍ରି କୁହାଯାଏ । ଏହି ଦିନ ବ୍ରତ ଓ ଦାନର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ବ୍ରତ କଲେ ଭୋଳାବାବା ପ୍ରସନ୍ନ ହୁଅନ୍ତି ଓ ଦାନ କରିବା ଦ୍ବାରା ଘରେ ଖାଦ୍ୟ ଏବଂ ଅର୍ଥର ଅଭାବ ହୁଏ ନାହିଁ ।

ମହାଶିବରାତ୍ରୀ ଦିନ ଗରିବ ଏବଂ ଅସହାୟ ଲୋକଙ୍କୁ ପୋଷାକ ଦାନ କରାଯିବା ଉଚିତ୍। ଏହାଦ୍ବାରା ମହାଦେବ ପ୍ରସନ୍ନ ହୁଅନ୍ତି ଏବଂ ତାଙ୍କର କୃପା ପ୍ରାପ୍ତ ହୁଏ ।  ବିଶ୍ୱାସ ଅନୁଯାୟୀ, ଏହି ଦିନ ପୋଷାକ ଦାନ କଲେ ଆର୍ଥିକ ସ୍ଥିତିରେ ଉନ୍ନତି ଆସିଥାଏ । ଘରେ ଧନର ଆଗମନ ହୁଏ ।

ସେହିପରି ମହାଶିବରାତ୍ରୀ ଦିନ  ପ୍ରଭୁ ଶିବଙ୍କ ଉପରେ ଜଳାଭିଷେକ କରାଯାଏ । ଏହି ଦିନ ପାଣି ଦାନ କଲେ ପୁଣ୍ୟ ମିଳିଥାଏ । ଶାସ୍ତ୍ରରେ ଜଳ ଦାନର ଅତ୍ୟନ୍ତ ମହତ୍ତ୍ବ ରହିଛି ।

ମହାଶିବରାତ୍ରୀ ଦିନ ଗାଈ କ୍ଷୀରରୁ ପ୍ରସ୍ତୁତ ଘିଅର ଦାନ କରାଯିବା ଉଚିତ୍। ଏହାଦ୍ବାରା ଘରୁ ଦାରିଦ୍ର୍ୟ ଦୂର ହୋଇଥାଏ। ଏହା ସହିତ ବୁଦ୍ଧିଜ୍ଞାନ ମଧ୍ୟ ପ୍ରାପ୍ତ ହୁଏ । ଏହି ଦିନ କଞ୍ଚା କ୍ଷୀର ଦାନ କରିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ଆସିଥାଏ । ଏହାର ଦାନ ଦ୍ବାରା ରାଶିରେ ଚନ୍ଦ୍ର ମଜବୁତ ହୁଏ ।

ମହାଶିବରାତ୍ରୀ ଦିନ କଳା ରାଶି ଦାନ କରାଯିବା ଉଚିତ୍ । ବିଶ୍ବାସ କରାଯାଏ ଯେ ଏହାର ଦାନ ଦ୍ବାରା ପିତୃଦୋଷ ଦୂର ହୋଇଥାଏ । ଏଥିସହ,ଏହି ଦିନ କଳା ରାଶି ଦାନ କଲେ ଶନି ଦୋଷ ମଧ୍ୟ ଦୂର ହୋଇଥାଏ ।

Comments are closed.