ମୁମ୍ବାଇ: ଆଗକୁ ରିଲିଜ ହେବାକୁ ଥିବା ବଲିଉଡ ଚଳଚିତ୍ର ‘ଷ୍ଟ୍ରିଟ୍ ଡ୍ୟାନ୍ସର ୩ଡି’ରେ ଅଭିନୟ କରୁଛନ୍ତି ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର । ଶ୍ରଦ୍ଧା ଏହି ମୁଭିକୁ ନେଇ ବେଶ ଖୁସି ଓ ଏକ୍ସାଇଟେଡ଼ ଥିବା ଜଣାପଡୁଛି । ସୁଟିଂ ସେଟରେ ଘଟିଥିବା ଏକ ଘଟଣାରେ ନିଜର ଖୁସି ଜାହିର କରି ପୂରା ଟିମ୍କୁ ଲମ୍ବା ଥ୍ୟାଙ୍କୟୁ ଜଣାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଶ୍ରଦ୍ଧା।
“ଷ୍ଟ୍ରିଟ୍ ଡ୍ୟାନ୍ସରରେ ନୃତ୍ୟ କରିବା ବେଳେ ହୃଦୟ ଆନନ୍ଦରେ ଭରିଯାଇଥିଲା। ଏହା ଏକ ଅବିଶ୍ୱସନୀୟ ଏବଂ ଅବିସ୍ମରଣୀୟ ମୁହୂର୍ତ୍ତ। ଏଥିପାଇଁ ଆମ କ୍ୟାପ୍ଟେନ୍ ରେମୋ ସାର୍ ଶ୍ରେୟ ପାଇବାର ଯୋଗ୍ୟ” ବୋଲି ଶ୍ରଦ୍ଧା ନିଜ ଇନ୍ଷ୍ଟାଗ୍ରାମରେ ଲେଖି ପୋଷ୍ଟ କରିଛନ୍ତି ।
ତାସହ ଶ୍ରଦ୍ଧା ମଧ୍ୟ ସହ-କଳାକାର ବରୁଣ ଧଓ୍ବନ, ପ୍ରଭୁଦେବା ଏବଂ ନୋରା ଫତେଙ୍କୁ ପ୍ରଶଂସା କରିଛନ୍ତି। ଏହାର ନିର୍ଦ୍ଦେଶନା ଭାର ରେମୋ ଡି’ସୁଜା ସମ୍ଭାଳୁୁୁଥିବା ବେଳେ ଏହି ଚଳଚ୍ଚିତ୍ରରେ ୨୦୨୦ ଜାନୁୟାରୀ ୨୪ରେ ରିଲିଜ ହେବାକୁ ଯାଉଥିବା ଜଣାପଡିଛି ।
Comments are closed.