Latest Odisha News

BREAKING NEWS

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି: ଏସଆରସି

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ସମସ୍ତେ ଆତଙ୍କିତ।  ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ପରିଣତ ହେବ ଓ ପରବର୍ତ୍ତି ସମୟରେ ଏହା ବାତ୍ୟାର ରୂପ ନେଇପାରେ। ରାଜ୍ୟ ସରକାର ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ଦେଓ ରଂଜନ ସିଂ । ଏନେଇ ଏସଆରସି ଆଜି ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଓଡ଼ିଶା ଉପକୂଳରେ ବାତ୍ୟାର ସମ୍ଭାବନା ରହିଛି। ତେଣୁ ମତ୍ସ୍ୟଜୀବୀମାନେ ସ୍ଥଳଭାଗକୁ ଶୀଘ୍ର ଫେରି ଆସନ୍ତୁ ବୋଲି ସେ କହିଛନ୍ତି। ଏହା ସହିତ ଆସନ୍ତା ୨୬ ତାରିଖ ଯାଏଁ ସମୁଦ୍ର ଭିତରକୁ ନଯିବାକୁ ବାରଣ  କରିଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି। ଆସନ୍ତାକାଲି ଜିଲ୍ଲାପାଳମାନେ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇ ତଦାରଖ କରିବେ। ଦୁଇ ସପ୍ତାହ ସମୟ ଥିବା ଗର୍ଭବତୀ ମହିଳାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଗର୍ଭବତୀ ମହିଳାଙ୍କୁ ହସ୍‌ପିଟାଲ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରବିବାର ସନ୍ଧ୍ୟାରେ ସମସ୍ତ ସରକାରୀ ଅଧିକାରୀମାନଙ୍କର ଛୁଟି ବାତିଲ କରିଛନ୍ତି। ବିଦ୍ୟାଳୟଗୁଡ଼ିକ ଛୁଟି ନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ‌ନେବେ ବୋଲି କୁହାଯାଇଛି ।

ଏସ୍‌ଆରସି କହଛନ୍ତି, ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି। ଜନସାଧାରଣ ପ୍ରଶାସନକୁ ସହଯୋଗ କରିବାର ଆବଶ୍ୟକତା ରହିଛି। ଆବଶ୍ୟକ ପଡ଼ିଲେ କେନ୍ଦ୍ର ସରକାରଙ୍କୁ ସହାୟତା ମାଗିବୁ ବୋଲି ସେ କହିଛନ୍ତି। ତଳିଆ ଅଞ୍ଚଳ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତେ ସତର୍କ ରହିଲେ ବିପଦକୁ ଏଡାଇ ପାରିବା ବୋଲି କହିଛନ୍ତି। ଆସନ୍ତାକାଲି ସମୀକ୍ଷା ବୈଠକରେ ଅଗ୍ନିଶମ, ଓଡ୍ରାଫ, ବିଦ୍ୟୁତ, ସ୍ବାସ୍ଥ୍ୟ ବିଭାଗ ଓ ରାଜସ୍ବ ବିଭାଗର ଅଧିକାରୀ ଯୋଗଦେବେ।

Leave A Reply

Your email address will not be published.