ଭୁବନେଶ୍ୱର: ରାଜ୍ୟରେ ସଙ୍ଗରୋଧ ସାରିଥିବା ଲୋକଙ୍କ ପାଇଁ ୬୨ କୋଟି ଟଙ୍କାର କ୍ୱାରେଣ୍ଟାଇନ ଫଣ୍ଡ ପ୍ରଦାନ ନେଇ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ୬୦ କୋଟି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ମଗାଯାଇଥିବା ଚିଠିରେ ଉଲ୍ଲେଖ ରହିଛି । ଆଉ ୨ କୋଟି ଗୃହ ଏବଂ ନଗର ଉନ୍ନୟନ ବିଭାଗକୁ ଦେବାକୁ ଚିଠି ଲେଖିଛନ୍ତି ଏସଆରସି ପ୍ରଦୀପ ଜେନା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ୬୨ କୋଟି ଦେବାକୁ ନିବେଦନ କରିଛନ୍ତି ଏସଆରସି । ଏନେଇ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି । ସଙ୍ଗରୋଧ କେନ୍ଦ୍ରରେ କ୍ୱାରେଣ୍ଟାଇନ ଅବଧି ସରିଲେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ । ଏଥିଲାଗି ୬୨ କୋଟିର କ୍ୱାରେଣ୍ଟାଇନ ଫଣ୍ଡ ପ୍ରଦାନ ନେଇ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖାଯାଇଛି ।
BREAKING NEWS
- ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ; ଶେଷ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
Comments are closed.