Latest Odisha News

BREAKING NEWS

ଭାରତ ବିପକ୍ଷ ସିରିଜ ଆୟୋଜନ କରି ଶ୍ରୀଲଙ୍କା ଲାଭ ପାଇଛି ୧୦୭ କୋଟି !

କଲମ୍ବୋ: ଭାରତ ବିପକ୍ଷ କ୍ରିକେଟ ସିରିଜ ଆୟୋଜନ କରି ଶ୍ରୀଲଙ୍କା ବୋର୍ଡ ୧୪.୫ ନିୟୁତ ଡଲାର (୧୦୭ କୋଟି ଟଙ୍କା) ଲାଭ କରିଛି । କରୋନା ମହାମାରୀ ସତ୍ୱେ ଏହି ଦ୍ୱିପାକ୍ଷିକ ସିରିଜ ଆୟୋଜନ ହୋଇଥିଲା । ଉଭୟ ଦେଶ ମଧ୍ୟରେ ୩ଟି ଦିନିକିଆ ଓ ୩ଟି ଟି୨୦ କ୍ରିକେଟ ମ୍ୟାଚ ଆୟୋଜିତ ହୋଇଥିଲା । ଏସଏଲସି ସମ୍ପାଦକ ମୋହନ ଡି ସିଲଭା ଏହା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

ଟିମ୍ ଇଣ୍ଡିଆ ଅଲରାଉଣ୍ଡର କୃଣାଳ ପାଣ୍ଡ୍ୟା କରୋନା ସଂକ୍ରମିତ ହେବା ପରେ ଏହି ସିରିଜ ଆୟୋଜନ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଭାରତ ଯୋଗୁ ଶ୍ରୀଲଙ୍କା ବୋର୍ଡ ଫାଇଦା ପାଇଥିବାରୁ ବେଶ୍ ଉତ୍ସାହିତ ଅଛି ।

Leave A Reply

Your email address will not be published.