Latest Odisha News

BREAKING NEWS

ଜଳୁଛି ଶ୍ରୀଲଙ୍କା, ଅଧ ରାତିରେ ଲୁଚି କରି ମାଳଦ୍ୱୀପ ପଳାଇଲେ ଗୋଟାବାୟା  

କଲମ୍ବୋ: ଶ୍ରୀଲଙ୍କାରେ ସଂହାର ଲୀଳା । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ି ଚାଲିଯିବା ପରେ ଅଶାନ୍ତ ଶ୍ରୀଲଙ୍କାରେ ହିଂସାର ସୁନାମି ମାଡ଼ି ଆସିଛି । ପ୍ରଧାନମନ୍ତ୍ରୀଙ୍କ ଆୱାସ, ସଂସଦ ଭବନ କବଜା କରିବା ପରେ ଆନ୍ଦୋଳନକାରୀ ସରକାରୀ ନ୍ୟୁଜ୍ ଚ୍ୟାନେଲରେ ପଶିଛନ୍ତି । ଏପରିକି ନ୍ୟୁଜ୍ ଆଙ୍କରଙ୍କ ସ୍ଥାନରେ ବସି ବିକ୍ଷୋଭକାରୀ ଲାଇଭ୍ କରିବା ପରେ ପ୍ରସାରଣକୁ ବନ୍ଦ କରି ଦିଆଯାଇଛି ।

BjdElectrycity

ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ି ମାଲଦ୍ୱୀପ ପଳାଇଛନ୍ତି । ଯାହା ପରେ ଉତ୍ୟକ୍ତ ଲୋକ ସଡ଼କକୁ ଆନ୍ଦୋଳନ ପାଇଁ ଓହ୍ଲାଇ ଆସିଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି । ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ୧୦ରୁ ୧୨ ରାଉଣ୍ଡ ଗୁଳି ଚାଳନା କରିଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସି ନାହିଁ । ଅନ୍ୟପଟେ ଗୋଟାବାୟା ଇସ୍ତଫା ନଦେଇ ପଳାୟନ କରିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି ।

ଖବର ଅନୁସାରେ, ମିଲିଟ୍ରି ବିମାନରେ ଗୋଟାବାୟା ପତ୍ନୀଙ୍କ ସହ ୧୦ ଅନୁଗତଙ୍କୁ ନେଇ ମାଳଦ୍ୱୀପ ପହଞ୍ଚିଛନ୍ତି । ସେଠାରୁ ସେ ଦୁବାଇ ଯାଇପାରନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ପଦରେ ଥିବା ରାନିଲ୍ ବିକ୍ରମାସିନ୍ଧେଙ୍କୁ ଆଜି ଶ୍ରୀଲଙ୍କାର କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଛି । ଏଥିସହ ଶ୍ରୀଲଙ୍କାରେ ପୁଣି ଲାଗୁ ହୋଇଛି ଜରୁରୀ କାଳୀନ ପରିସ୍ଥିତି ।

Leave A Reply

Your email address will not be published.