Latest Odisha News

BREAKING NEWS

ସେନା ନିୟନ୍ତ୍ରଣରେ ଶ୍ରୀଲଙ୍କା : ଚଳିତ ସପ୍ତାହରେ ଗଠନ ହେବ ନୂଆ ସରକାର

ଶ୍ରୀଲଙ୍କା  : ଅତି ଉଗ୍ରରୂପ ନେଉଛି ଶ୍ରୀଲଙ୍କା ସଙ୍କଟ । ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବା ବେଳେ ଶ୍ରୀଲଙ୍କା କର୍ତ୍ତୃପକ୍ଷ ସେନା ମୁତୟନ ବଢାଇ ଦେଇଛନ୍ତି । ଏବେ ଲୋକେ ସଡ଼କରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥଳ ସେନା, ବାୟୁ ସେନା ଓ ନୌସେନାକୁ ମୁତୟନ କରାଯାଇଛି । ଏହା ମଧ୍ୟରେ ଗତକାଲି ରାତିରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ଦେଶ ଉଦ୍ଦେଶ୍ୟରେ ବାର୍ତ୍ତା ଜାରି କରିଛନ୍ତି ।

ଚଳିତ ସପ୍ତାହରେ ନୂଆ ସରକାର ଗଠନ ହେବ ବୋଲି ସେ କହିଛନ୍ତି । ନୂଆ ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ୍ ମନ୍ତ୍ରୀ ଶପଥ ନେବେ । ଏହା ସହ ସେ ଲୋକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ କହିଛନ୍ତି । ରାଷ୍ଟ୍ରପତି କହିଛନ୍ତି କୌଣସି ପରିସ୍ଥିତିରେ ହିଂସାକୁ ବରଦାସ୍ତ କରାଯିବ ନାହିଁ । ଶ୍ରୀଲଙ୍କାରେ ଅତି ସାଂଘାତିକ ସ୍ଥିତି ଉପୁଜିଛି । ହିଂସା ଜାରି ରହିଥିବାରୁ ଲୋକେ ସାମାନ୍ୟ ଔଷଧ ମଧ୍ୟ ପାଉନାହାନ୍ତି । ସ୍ଥିତି ଦିନକୁ ଦିନ ଅତି ଜଟିଳ ହେଉଥିବାରୁ ସେନା ହାତକୁ କ୍ଷମତା ଜାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଏହାରି ମଧ୍ୟରେ ଶ୍ରୀଲଙ୍କାରେ କର୍ଫ୍ୟୁ ଆହୁରି ଗୋଟିଏ ଦିନ ବଢାଇ ଦିଆଯାଇଛି । ଶ୍ରୀଲଙ୍କାରେ ହିଂସା ଯୋଗୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହା ସହ ଶତାଧିକ କୋଠା ଜାଳି ଦିଆଯାଇଛି । ପୋଲିସ ଓ ସେନାର ଗାଡି ଉପରକୁ ମଧ୍ୟ ଆକ୍ରମଣ କରାଯାଇଛି ।

Leave A Reply

Your email address will not be published.