Latest Odisha News

BREAKING NEWS

ପାକିସ୍ତାନ ପରେ ଶ୍ରୀଲଙ୍କାରେ ଭାଙ୍ଗିବ ସରକାର !

କଲମ୍ବୋ: ଭାରତର ଦୁଇ ପଡୋଶୀ ଦେଶର ରାଜନୀତିକ ଚିତ୍ର ଗୋଟିଏ ଢଙ୍ଗରେ ଚାଲିଛି । ପାକିସ୍ତାନରେ ସରକାର ବିରୋଧରେ ଅସନ୍ତୋଷ ତେଜିବା ପରେ ଶାସକ ଦଳର ଅନେକ ନେତା ଦଳ ପରିବର୍ତନ କରିଥିଲେ। ଏବେ ସଂସଦରେ ସଂଖ୍ୟାଗରିଷ୍ଠତା ହରାଇବା ଭୟରେ ଆଗୁଆ ସରକାର ଭାଙ୍ଗିଛନ୍ତି ଇମ୍ରାନ୍ ସରକାର । ସେହିପରି ଶ୍ରୀଲଙ୍କାରେ ମଧ୍ୟ ଦରଦାମ ବୃଦ୍ଧିରୁ ଜରୁରୀକାଳୀନ ସ୍ଥିତି ଜାରି ହୋଇଛି। ଆଉ ଏବେ ସଂସଦରେ ସରକାର ବହୁମତ ହରାଇବେ ବୋଲି ସୂଚନା ମିଳିଛି।

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକସେଙ୍କ ନେତୃତ୍ୱରେ ଶାସକ ଦଳ ଆଜି ଶ୍ରୀଲଙ୍କାର ସଂସଦରେ ବହୁମତ ହରାଇଛି। ମେଣ୍ଟରେ ସାମିଲ ଥିବା ୪୧ ସାଂସଦ ସଂସଦରୁ କକ୍ଷତ୍ୟାଗ କରିଥିଲେ। ଏହାପରେ ସରକାର ଯକୌଣସି ମୂହୁର୍ତ୍ତରେ ଭାଙ୍ଗିଯିବାର ଆଶଙ୍କା ରହିଛି। ଏହାପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ମୌଥ୍ରିପାଲା ସିରିସେନାଙ୍କ ନେତୃତ୍ୱରେ ଅସନ୍ତୁଷ୍ଟ ସାଂସଦମାନେ ସରକାରରୁ ବାହାରିବାକୁ ଯୋଜନା କରିଥିଲେ।

ଶ୍ରୀଲଙ୍କା ଇତିହାସରେ ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଅର୍ଥନୀତିକ ସଙ୍କଟ ଯୋଗୁଁ ଲୋକମାନେ ଘଣ୍ଟା ଘଣ୍ଟା ବିଜୁଳି କାଟ ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟର ଅଭାବର ସମ୍ମୁଖୀନ ହେବାକୁ ବାଧ୍ୟ ହେଉଛନ୍ତି। ଗତ ସପ୍ତାହରେ ରାଷ୍ଟ୍ରପତି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ପରେ ଦେଶର ୨୨୫ ସଦସ୍ୟ ବିଶିଷ୍ଟ ସଂସଦ ମଙ୍ଗଳବାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ୧୫୭ ସାଂସଦଙ୍କ ସମର୍ଥନ ଶାସକ ଦଳର ମେଣ୍ଟ ପାଖରେ ଥିଲା । ଏବି କିନ୍ତୁ ୫୦ରୁ ୬୦ ସାଂସଦ ଏହି ମେଣ୍ଟରୁ ଓହରିବାକୁ ଚିନ୍ତା କରୁଛନ୍ତି। ଏବେ ଶାସକ ଦଳ ପାଖରେ ୧୧୩ ସାଂସଦ ରହିଥିବା ସୂଚନା ରହିଛି । ଯାହାକି ଆବଶ୍ୟକ ବହୁମତ ସଂଖ୍ୟାଠୁ ଟିକିଏ ଅଧିକ।

ଊଲ୍ଲଖଯୋଗ୍ୟ, ଶ୍ରୀଲଙ୍କାରେ ଦରଦାମ ବୃଦ୍ଧି ହେଉଛି ରାଜନୈତିକ ଅସ୍ଥିରତାର ପ୍ରମୁଖ କାରଣ । ତେଣୁ ବିରୋଧୀ ଏବଂ ସାଧାରଣ ଲୋକେ ରାଜରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଛନ୍ତି। ପ୍ରଥମେ ଦରଦାମ କମିବା ଦରକାର ବୋଲି ଦାବି ହେଉଛି। ସମାନ କଥା ପାକିସ୍ତାନରେ ମଧ୍ୟ ଦେଖିବାକୁ ମିଳିଛି । ବିଦେଶୀ ରୁଣ ଏବଂ ଆତଙ୍କବାଦୀଙ୍କ ବାରୁଦ ଗଦାରେ ଛିଡା ହୋଇଥିବା ପାକିସ୍ତାନରେ ଦରଦାମ ବୃଦ୍ଧି ଯୋଗୁଁ ଶାସକ ଦଳ ସରକାର ଭାଙ୍ଗାଯାଇଛି।

Leave A Reply

Your email address will not be published.