Latest Odisha News

BREAKING NEWS

କଂଗ୍ରେସ ମଜବୁତ ହେଲେ ଗଣତନ୍ତ୍ର ମଜବୁତ ହେବ: ସୋନିଆ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଆଜି ସଂସଦ ଗୃହରେ କଂଗ୍ରେସ ସଂସଦୀୟ ଦଳ ବୈଠକକୁ ସମ୍ବୋଧିତ କରିଛନ୍ତି। ଖୁବ ଶୀଘ୍ର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଡକାଯିବ ବୋଲି ସେ କହିଛନ୍ତି। ଖୁବ୍ ଶୀଘ୍ର ଏକ ଚିନ୍ତନ ଶିବିର ଆୟୋଜନ ବିଷୟରେ ମଧ୍ୟ କହିଥିଲେ। ସେ ଦଳକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ କଂଗ୍ରେସ ନେତା ମତଭେଦ ଭୁଲି ଦଳକୁ ମଜବୁତ କରିବାର ସମୟ ଆସିଛି, କାରଣ ଦେଶ ପାଇଁ କଂଗ୍ରେସ ଆବଶ୍ୟକ।

ସେ କହିଛନ୍ତି ଯେ ବିଜେପିର ବିଭାଜନ ନୀତି ଚାଲିଛି। ମୁଦ୍ରାସ୍ଫୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସେ କଂଗ୍ରେସ ନେତାଙ୍କୁ କହିଛନ୍ତି। ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଁ ସେ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସିପିପି ବୈଠକରେ ସୋନିଆ ଗାନ୍ଧୀ କହିଛନ୍ତି ଯେ ଦଳରେ ଏକତା ଏକାନ୍ତ ଆବଶ୍ୟକ ଏବଂ ଏହାକୁ ସୁନିଶ୍ଚିତ କରିବା ପାଇଁ ସେ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି କହିଛନ୍ତି। କେବଳ ଦଳ ପାଇଁ ନୁହେଁ, ଦେଶର ଗଣତନ୍ତ୍ର ଏବଂ ସମାଜ ପାଇଁ ମଧ୍ୟ କଂଗ୍ରେସ ଆବଶ୍ୟକ ବୋଲି ସୋନିଆ ଗାନ୍ଧୀ କହିଛନ୍ତି।

ସେ ଶିବିର ଆୟୋଜନ ବିଷୟରେ ମଧ୍ୟ କହିଥିଲେ। ସୋନିଆ ଗାନ୍ଧୀ କହିଛନ୍ତି ଯେ ଶିବିର ଆୟୋଜନ କରିବା ଅତ୍ୟନ୍ତ ଜରୁରୀ, ଯାହା ଦ୍ୱାରା ଲୋକମାନେ ନିଜର ମତ ପ୍ରକାଶ କରିପାରିବେ ଏବଂ ପାର୍ଟି ଚଳାଇବା ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇପାରିବ। ସେ କହିଛନ୍ତି ଯେ ଆମର ଚାରିଜଣ ବରିଷ୍ଠ ସହକର୍ମୀ ନିକଟରେ ରାଜ୍ୟସଭାରୁ ଅବସର ନେଇଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କର ବହୁତ ଅବଦାନ ରହିଛି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି।

Leave A Reply

Your email address will not be published.