Latest Odisha News

BREAKING NEWS

ଶ୍ରୀଲଙ୍କାରେ ହଟିଲା ଜରୁରିକାଳୀନ ପରିସ୍ଥିତି

ଭୁବନେଶ୍ଵର: ଶ୍ରୀଲଙ୍କାରେ ହଟିଲା ଜରୁରୀକାଳୀନ ପରିସ୍ଥିତି । ଏବେ ୬.୫ ଘଣ୍ଟା ପର୍ଯ୍ୟନ୍ତ କଟିବ ବିଜୁଳି ସବୁଠାରୁ ଖରାପ ଆର୍ଥିକ ସ୍ଥିତିରେ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ଅସନ୍ତୋଷ ବଢ଼ିବାରେ ଲାଗିଛି । ମନ୍ତ୍ରୀମାନେ ଦେଶ ଛାଡ଼ୁଥିବା ବେଳେ ଜନତାମାନେ ରାସ୍ତାରେ ଧାରଣା ଦେଉଛନ୍ତି । ଏହାରି ମଧ୍ୟରେ ଶ୍ରୀଲଙ୍କାରେ ହଟିଛି ଜରୁରୀକାଳୀନ ପରିସ୍ଥିତି ।

ଶ୍ରୀଲଙ୍କାର ରାଷ୍ଟ୍ରପତି ମଙ୍ଗଳବାର ଦିନ ଜରୁରୀକାଳୀନ ପରିସ୍ଥିତି ହଟାଇବାକୁ ଘୋଷଣା କରିଛନ୍ତି । ଦେଶରେ ବିଗୁଡ଼ୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ଏପ୍ରିଲ ୧ରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । କିନ୍ତୁ ଏହା ପରେ ତାଙ୍କୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡିଥିଲା ।

ଅନ୍ୟପଟେ ଦେଶର ବିଭିନ୍ନ ସ୍ଥାନରେ ସରକାର ବିରୋଧରେ ପ୍ରଦର୍ଶନ ଜାରି ରହିଛି । ଆର୍ଥିକ ସଙ୍କଟର ସମାଧାନ ଶ୍ରୀଲଙ୍କା ଜନତା ଦାବି କରୁଛନ୍ତି । ଦେଶରେ ଔଷଧର ଅଭାବ ମଧ୍ୟ ଦେଖାଦେଇଛି ।

 

Leave A Reply

Your email address will not be published.