Latest Odisha News

BREAKING NEWS

ଧାମନଗରରେ ଗଣତି ଆରମ୍ଭ, ଭୋଟ କେନ୍ଦ୍ର ପାଖରେ ୧୪୪ ଧାରା

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏସିର ବାକିଥିବା ୱାର୍ଡରେ  ମତଦାନ ଶେଷ ହୋଇଥିବା ବେଳେ ଆଜି ଆରମ୍ଭ ହୋଇଛି ଗଣତି । ତହସିଲ ଅଫିସ ନିକଟ କଲ୍ୟାଣ ମଣ୍ଡପରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ଏଥିଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଗଣତି କେନ୍ଦ୍ର ପାଖରେ ଭଦ୍ରକ ଉପଜିଲ୍ଲାପାଳ ୧୪୪ ଧାରା ଲାଗୁ କରିଛନ୍ତି। ଫଳରେ ଗଣତି କେନ୍ଦ୍ର ନିକଟକୁ ୪ ଚକିଆ ଯାନ ଯାତାୟତ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି । ଏହି କଟକଣା ଗତ ରାତି ୯ଟାରୁ ଲାଗୁ ହୋଇଥିବା ବେଳେ ଏହା ଆସନ୍ତାକାଲି ସକାଳ ୬ଟା ଯାଏ ବଳବତ୍ତର ରହିବ ।

ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ମତଦାନ ବେଳେ ଗଣ୍ଡଗୋଳ ଓ ହିଂସାକାଣ୍ଡ ହୋଇଥିବାରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ତେଣୁ ଅନ୍ୟ ସମସ୍ତ ୱାର୍ଡର ତଥା ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ଗ୍ରହଣ କରାଯାଇଥିବା ଭୋଟ୍‌ ଗଣତିକୁ ବନ୍ଦ କରାଯାଇଥିଲା।

ଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହରର ଜାଗା ଜାଗାରେ ପୁଲିସ ମୁତୟନ କରାଯିବା ସହ ଗତକାଲି ରାତିରୁ ଲାଗୁ ହୋଇଛି ୧୪୪ ଧାରା । ଏଣୁ ଏନ୍ଏସି ଅଞ୍ଚଳରେ ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକ ଠୁଳ ହୋଇପାରିବେ ନାହିଁ ବୋଲି କୁହାଯାଇଛି ।

Leave A Reply

Your email address will not be published.