Latest Odisha News

BREAKING NEWS

ଆଫଗାନିସ୍ତାନକୁ ପରାସ୍ତ କଲା ଶ୍ରୀଲଙ୍କା

୪ ଉଇକେଟରେ ଜିତିଲା ଶ୍ରୀଲଙ୍କା

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାରଜା କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କା ୪ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଆଗରେ ୧୭୬ ରନର ବିଜୟ ଲକ୍ଷ୍ୟ ରଖିଥିଲା ଆଫଗାନିସ୍ତାନ । ୧୯.୧ ଓଭରରେ ୬ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଛି ଶ୍ରୀଲଙ୍କା ।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଆଫଗାନ ଦଳ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୫ ରନ କରିଥିଲା । ରହମାନୁଲ୍ଲା ଗୁରବାଜ୍ ସର୍ବାଧିକ ୮୪ ରନ କରିଥିଲେ । ଇବ୍ରାହିମ ଜରଦାନ ୪୦ ରନ କରିଥିବାବେଳେ ନାଜିବୁଲ୍ଲା ଜରଦାନ ୧୭ ରନ କରିଥିଲେ ।
ଜବାବରେ ଶ୍ରୀଲଙ୍କା ପକ୍ଷରୁ ଆରମ୍ଭରୁ ଭଲ ଖେଳି ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିଥିଲେ । ବଡ଼ ସ୍କୋର କୈାଣସି ବ୍ୟାଟସମ୍ୟାନ କରିପାରିନଥିଲେ ମଧ୍ୟ ପିଚ୍ ବ୍ୟାଟସମ୍ୟାନଙ୍କୁ ସୁହାଇଥିଲା । ଶ୍ରୀଲଙ୍କା ପକ୍ଷରୁ ମେଣ୍ଡିସ  ସର୍ବାଧିକ ୩୬ ରନ  କରିଥିଲେ । ନିଶଙ୍କ ୩୫ ରନ ଏବଂ ଗୁଣତିଳକ ୩୩ ରନ କରିଥିଲେ ।

Leave A Reply

Your email address will not be published.