Latest Odisha News

BREAKING NEWS

ଡରାଉଛି ଡେଙ୍ଗୁ: ରାଜଧାନୀ ସମେତ ସାରା ରାଜ୍ୟରେ ଚିହ୍ନଟ ହେଲେଣି ୨ ହଜାରରୁ ଅଧିକ ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାର ଚିକ୍କଣ ସହର ରାଜଧାନୀ ଭୁବନେଶ୍ୱର। ଯେଉଁଠି ବଡ଼ ବଡ଼ିଆ ଏବଂ ଅଧିକ ଶିକ୍ଷିତ ରୁହନ୍ତି। ଏବେ କିନ୍ତୁ ଏହି ସହରରେ ବଢ଼ିଛି ଡେଙ୍ଗୁ ମଶା (ଏଡିସ)ର ଆତଙ୍କ। ଯାହାକି ସହର ବାସୀଙ୍କ ଚିନ୍ତାର କାରଣ ପାଲଟିଛି। କ୍ୟାପିଟାଲ ହସ୍ପିଟାଲରେ ପ୍ରତିଦିନ ହାରାହାରି ପାଞ୍ଚରୁ ୧୦ ଜଣ ରୋଗୀ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

ଏଡିସ୍ ମଶା କାମୁଡିବା ଦ୍ଵାରା ଏହି ରୋଗ ବ୍ୟାପିଥାଏ । ଏହି ରୋଗ ଖୁବ୍ ଶୀଘ୍ର ବ୍ୟାପିଥାଏ । ୨ ରୁ ୩ ଦିନ ମଧ୍ୟରେ ଗୋଟିଏ ପରିବାରରେ ୩ରୁ ୪ ଜଣ ଏକାବେଳକେ ଆକ୍ରାନ୍ତ ହୋଇପାରନ୍ତି । ଏହି ମଶା ସାଧାରଣତଃ ଦିନବେଳା କାମୁଡ଼ିଥାଏ । ସଂକ୍ରମିତ ମଶା କାମୁଡ଼ିବାର ୫-୭ ଦିନପରେ ଏହି ରୋଗର ଲକ୍ଷଣ ଦେଖାଯାଇଥାଏ ।

ମିଳିଥିବା ସୂଚନା ଅନୁଯାୟୀ ଗତ ସପ୍ତାହରେ କେବଳ ଶୁକ୍ରବାର ଦିନ ହିଁ ପାଞ୍ଚ ଜଣ ଡେଙ୍ଗୁ ରୋଗୀ କ୍ଯାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ରହିଛନ୍ତି। ଫଳରେ ବର୍ତ୍ତମାନ ଏହି ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି।

କ୍ୟାପିଟାଲ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି, ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ନିୟମିତ ଭାବେ ଡେଙ୍ଗୁ ରୋଗୀଙ୍କୁ ସଂଖ୍ୟା ବଢୁଛି। ଦିନକୁ ପାଞ୍ଚରୁ ୧୦ ଜଣ ରୋଗୀ ଆସୁଥିବା ବେଳେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ରୋଗୀଙ୍କ ଚିକିତ୍ସା ମଧ୍ୟ କରାଯାଉଛି। ଏବେ ହସ୍ପିଟାଲରେ ୩୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।

ସେହିପରି ଓଡ଼ିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଏହି ସମୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ଯା ବଢ଼ିବା ସ୍ୱାଭାବିକ। ପରୀକ୍ଷା ସଂଖ୍ୟା ବଢ଼ିଛି ତେଣୁ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢୁଛି ବୋଲି ସେ କହିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୨ ହଜାର ୩୦୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏବଂ ମୋଟ ପରୀକ୍ଷା ସଂଖ୍ୟା ୨୨ ହଜାର ୦୬୮ରେ ପହଞ୍ଚିଛି। ଗତବର୍ଷ ଏହି ସମୟ ମଧ୍ୟରେ ୨,୮୭୮ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୋଟ୍ ୧୦ ହଜାର ୮୩୩ ପରୀକ୍ଷା କରାଯାଇଛି।

ଉଲ୍ଲେଖଯୋଗ୍ୟ, ଡେଙ୍ଗୁ ଏକ ଭୂତାଣୁ ଜନିତ ରୋଗ । ଡେନ୍-୧, ଡେନ୍-୨, ଡେନ୍-୩, ଓ ତେନ୍-୪ ଏହିପରି ଚାରି ପ୍ରକାର ଡେଙ୍ଗୁ ଭୁତାଣୁ ଅଛନ୍ତି । ଭୂତାଣୁ ସଂକ୍ରମଣର ପ୍ରକାର ଓ ତୀବ୍ରତା ଅନୁସାରେ ଡେଙ୍ଗୁ ଜ୍ଵର ସାଧାରଣ ହୋଇପାରେ ବା ଜଟିଳ ହୋଇପାରେ ।  ଡେଙ୍ଗୁ ରକ୍ତସ୍ରାବୀ ଜ୍ଵର ( Dengu Haemorrhagic Fever) ଓ ଡେଙ୍ଗୁ ‘ସକ୍’ ଲକ୍ଷଣାବଳୀ( Dengu shock syndrome) ଅତ୍ୟନ୍ତ ସାଂଘାତିକ ।

ଏହି ରୋଗରେ ଲକ୍ଷଣ ହେଉଛି ହଠାତ୍ ଅତ୍ୟଧିକ ଜ୍ଵର ଆସେ, ଥଣ୍ଡା ଶର୍ଦ୍ଦି ଭଳି ଅସୁସ୍ଥ ଲାଗେ। ମୁଣ୍ଡ ବିନ୍ଧେ, ଆଖି କୋରଡର ପଚାଭାଗରେ ଭୀକ୍ଷଣ ଯନ୍ତ୍ରଣା ହୁଏ ।ବାନ୍ତି ଲାଗେ, ଅତ୍ୟଧିକ ବାନ୍ତି ଯୋଗୁଁ ବାନ୍ତିରେ ରକ୍ତ ପଡ଼ିବା ଦେଖାଯାଏ । ଘିମିରି ଆକାରର ଦେହରେ ଫଳିଯାଏ । ହାଡ଼ ଓ ଗଣ୍ଠିମାନଙ୍କରେ ଭୀଷଣ ଯନ୍ତ୍ରଣା ଅନୁଭବ ହୁଏ ଓ ଏଥିପାଇଁ ଚାଲିବାରେ କଷ୍ଟ ହୁଏ ।

ଡେଙ୍ଗୁର ବିପଦଜ୍ଜନକ ଲକ୍ଷଣଗୁଡିକ କଣ ?

  • ପେଟରେ ଅଧିକ ଯନ୍ତ୍ରଣା ହେବା ଓ ଯନ୍ତ୍ରଣା ଲାଗି ରହିବା ।
  • ପାଟି, ଦାନ୍ତ, ନାକ, ଆଖି ଭିତର ତଥା ଶରୀରର ଚର୍ମରୁ ରକ୍ତସ୍ରାବ ହେବା ।
  • ବାନ୍ତି ହେବା ଓ ବାନ୍ତି ସହିତ ରକ୍ତ ପଡିବା ।
  • କଳା ଝାଡ଼ା ହେବା ।
  • ଅତ୍ୟଧିକ ଶୋଷ ଲାଗିବା ଓ ପାଟି ଶୁଖିପିବା ।
  • ଚର୍ମ ଥଣ୍ଡା ଲାଗିବା ଓ ମଳିନ ପଡ଼ିଯିବା ।

ଡେଙ୍ଗୁ ମାରାତ୍ମକ ରୋଗ କି ?

  • ଚିକିତ୍ସାରେ ଅବହେଳା ହେଲେ ତେଙ୍ଗୁ ମାରାତ୍ମକ ହୋଇପାରେ ।
  • ରକ୍ତସ୍ରାବୀ ତେଙ୍ଗୁଜୁର (DHF) ଓ ଡେଙ୍ଗୁ ସକ୍ ଲକ୍ଷଣାବଳି (DSS), ଅତ୍ୟନ୍ତ ମାରାତ୍ମକ ।
  • ସାନପିଲାଙ୍କ ପାଇଁ ଏହା ଅଧିକ ବିପଦପୂର୍ଣ୍ଣ ।
Leave A Reply

Your email address will not be published.