Latest Odisha News

BREAKING NEWS

ଝାଡଖଣ୍ଡରେ ନିର୍ବାଚନୀ ହିଂସା; ବ୍ରିଜ ଉଡାଇଲେ ନକ୍ସଲ

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ଦିନ ୧ମ ପର୍ଯ୍ୟାୟରେ ମତଦାନ ଜାରି ରହିଥିବା ବେଳେ ନକ୍ସଲମାନେ ସ୍ଥାନୀୟ ବିଷ୍ଣୁପୁର ବିଧାନସଭା ନିର୍ବାଚନମଣ୍ଡଳୀ ନିକଟସ୍ଥ ଏକ ପୋଲକୁ ବୋମାରେ ଉଡାଇ ଦେଇଛନ୍ତି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ସ୍ଥାନୀୟ ଗୁମଲା ଜିଲ୍ଲାର ବିଷ୍ଣୁପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ ଜାରି ରହିଥିବା ବେଳେ ନକ୍ସଲମାନେ ଏଭଳି କାଣ୍ଡ ଭିଆଇଥିଲେ । ସୌଭାଗ୍ୟବଶତଃ ଏଥିରେ କାହାର ଜୀବନହାନୀ ହୋଇନାହିଁ ।

ଆହୁରି ମଧ୍ୟ ନକ୍ସଲଙ୍କ ଏଭଳି ବିସ୍ଫୋରଣ ଫଳରେ ଭୋଟ ଗ୍ରହଣ ପ୍ରଭାବିତ ହେବନାହିଁ ବୋଲି ବରିଷ୍ଠ ପୋଲିସ ଅଧିକାରୀ ଶଶୀରଞ୍ଜନ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଏହି ୧ମ ପର୍ଯ୍ୟାୟରେ ୬ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଡ଼ା ସୁରକ୍ଷା ବଳୟରେ ମତଦାନ ଜାରି ରହିଛି । ଆଜି ଯେଉଁ ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି ସେହି ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଉଛି – ଛତ୍ରା, ଗୁମଲା, ବିଷ୍ଣୁପୁର, ଲୋହରଡ଼ଗା, ମାନିକା, ଲଟେହାର, ପାନକି, ଡାଲଟନଗଞ୍ଜ, ବିଶ୍ରାମପୁର, ଛତ୍ରପୁର, ହୁସେନବାଦ, ଗରୱାଲ, ଭବନ୍ତପୁର ନିର୍ବାଚନ ମଣ୍ଡଳୀ ।

Leave A Reply

Your email address will not be published.