Latest Odisha News

BREAKING NEWS

ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଚିତାଲାଗି ଅମାବାସ୍ୟା

ପୁରୀ: ଆଜି ହେଉଛି ପବିତ୍ର ଚିତଉ ଅମାବାସ୍ୟାା ବା ଚିତାଲାଗି ଅମାବାସ୍ୟା । ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ଆଜିର ଏହି ପବିତ୍ର ତିଥିରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଥାରେ ଚିତା ଲାଗି ହୋଇଥାଏ ।

ବର୍ଷ ଭିତରେ ଆଜିର ଅମାବାସ୍ୟା ଶ୍ରୀମନ୍ଦିର ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ ମହାପ୍ରଭୁ ଆଜିର ଦିନରେ ତାଙ୍କ ମଥାରେ ପିନ୍ଧିଥାଆନ୍ତି ମୂଲ୍ୟବାନ ଚିତା ରତ୍ନପଥର । ଜ୍ୟୋତିଷ ସାଧାରଣ ମଣିଷମାନେ ଯେପରି ଗ୍ରହପଥର ପିନ୍ଧିଥାଆନ୍ତି ସେପରି ମହାପ୍ରଭୁ ତାଙ୍କର ଗ୍ରହଦୋଷ କାଟିବା ଲାଗି ଚିତା ବା ଗ୍ରହପଥର ପିନ୍ଧିଥାଆନ୍ତି ।

ସାରାବର୍ଷ ମହାପ୍ରଭୁ ଏହି ଚିତା ପିନ୍ଧନ୍ତି, କିନ୍ତୁ ଦେବସ୍ନାନ ପୂର୍ଣ୍ଣିମା ଦିନ ଏହି ଚିତାକୁ ଓହ୍ଲାଇ ଦିଅନ୍ତି । ରଥଯାତ୍ରା ସମୟରେ କେବଳ ସୋଲର ଚିତା ପିନ୍ଧନ୍ତି । କିନ୍ତୁ ରତ୍ନବେଦୀକୁ ଯିବା ପରେ ଆଜି ହିଁ ସେବାୟତମାନେ ଠାକୁରଙ୍କୁ ଏହି ରାହୁରେଖା ଓ ରତ୍ନଚିତା ପିନ୍ଧାଇଥାଆନ୍ତି । ଏହି ସମୟରେ ଶ୍ରୀଜୀଉମାନଙ୍କୁ ଚିତଉ ପିଠା ଭୋଗ ଆକାରରେ ଅର୍ପଣ କରାଯାଇଥାଏ ।

ଏହି ଦିନକୁ ସ୍ମରଣକରି ଓଡ଼ିଆ କୃଷକମାନେ ଘରେ ଘରେ ଚିତଉ ପିଠା କରନ୍ତି । ଚିତଉ ପିଠା ଘରେ ଖାଇବା ସହିତ ପାଖ ପଡ଼ୋଶୀଙ୍କୁ ବଣ୍ଟନ କରିଥାଆନ୍ତି ସମସ୍ତେ । ତେବେ ଚାଷକାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କୃଷକମାନେ ପୋଖରୀ, ଗାଡ଼ିଆ, ନାଳରେ ଗେଣ୍ଡାମାନଙ୍କୁ ଏହି ଚିତଉ ପିଠା ଅର୍ପଣ ମଧ୍ୟ କରିଥାଆନ୍ତି ।

Leave A Reply

Your email address will not be published.