Latest Odisha News

ରତ୍ନଭଣ୍ଡାର ଖୋଲିବା ପରେ ବଡ ବୟାନ ଦେଲେ ମୁଖ୍ୟ ପ୍ରଶାସକ

ପୁରୀ: ୪୬ ବର୍ଷ ପରେ ପୁଣି ସେହି ଐତିହାସିକ ଦିନ । ଖୋଲିଛି ରତ୍ନଭଣ୍ଡାରର ଦ୍ବାର । ରତ୍ନଭଣ୍ଡାର ଭିତର ତଦାରଖ କରି ରତ୍ନ ସିଫ୍ଟ କରିଛନ୍ତି ନିୟୋଜିତ ୧୧ ଜଣିଆ ସଦସ୍ୟ । ତେବେ ଏହା ପରେ ରତ୍ନଭଣ୍ଡାର ବାହାରକୁ ଆସିବା ପରେ ବଡ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ଏନଷି ଅରବିନ୍ଦ କହିଛନ୍ତି ଏସଓପି ଅନୁଯାୟୀ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା କରାଗଲା । ୧୧ ଜଣିଆ କମିଟି ଦ୍ବାରା ବାହାର ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଛି । ଏଥିପାଇଁ ଚାଙ୍ଗଡା ମେକାପ ଓ ଫୁଲ ଘରକୁ ଅସ୍ଥାୟୀ ରତ୍ନଭଣ୍ଡାର କରାଯାଇ ବାହାର ରତ୍ନଭଣ୍ଡାରର ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଛି । ଏହାପରେ ଏହାକୁ ସଂପୂର୍ଣ୍ଣ ସିଲ କରାଯାଇଛି । ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ସମସ୍ତ ରେକର୍ଡ ତଥ୍ୟନୁଯାୟୀ ଏହା ସମ୍ପର୍ଣ୍ଣ ହୋଇଛି । ଏହା ପରେ ଭିତର ରତ୍ନଭଣ୍ଡାରକୁ ଅଧିକୃତ ସଦସ୍ୟମାନେ ଖୋଲିବାକୁ ଚେଷ୍ଟା କରିଥିଲେ । ହେଲେ କଲେକ୍ଟର ଯେଉଁ ଚାବି ଦେଇଥିଲେ ସେଥିରେ ଭିତର ରତ୍ନଭଣ୍ଡାର ଖୋଲିନଥିବାରୁ ଏସଓପି ଅନୁଯାୟୀ ତାଲାକୁ ଭଙ୍ଗାଯାଇ ଭିତର ରତ୍ନଭଣ୍ଡାର ଖୋଲା ଗଲା ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।

ତାଲା ଭଙ୍ଗାଯାଇ ଦ୍ବାର ଫିଟିବା ପରେ ଭିତର ଭଣ୍ଡାରକୁ ସମସ୍ତ କମିଠଟି ପ୍ରବେଶ କରିଥିଲେ । ଭିତର ଭଣ୍ଡାରରେ ସମସ୍ତ ଅଳଙ୍କାର ଆଲମିରା ଓ ସିନ୍ଦୁକରେ ଗଚ୍ଛିତ ହୋଇ ରହିଛି ବୋଲି କହିଛନ୍ତି ଅରବିନ୍ଦ ପାଢୀ । ତେବେ ସିନ୍ଦୁକ କିମ୍ବା ଆଲମାରୀ ଫିଟାଇ କ’ଣ ରହିଛି ତାହା ଦେଖାଯାଇ ନାହିଁ  । ଯେହେତୁ ଭିତର ରତ୍ନ ଭଣ୍ଡାରରେ ଅନେକ କିଛି ରତ୍ନ ଅଳଙ୍କାର ରହିଛି ତାହା ଆଜି ସିଫ୍ଟ ହୋଇପାରିବ ନାହିଁ ବୋଲି ଆକଳନ କରି ଆଜି ସେ କାର୍ଯ୍ୟ କରାଯାଇନାହିଁ । ଶ୍ରୀଗୁଣ୍ଡିଚା ପରେ ତାହାକୁ ଆଉ ଏକ ଦିନ ସାନାନ୍ତରିତ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।

ତେବେ ଭିତର ରତ୍ନଭଣ୍ଡାର ପାଇଁ ଖଟ ଶେଜ ଘରକୁ ଅସ୍ଥାୟୀ ରତ୍ନଭଣ୍ଡାର ପାଇଁ ଧାର୍ଯ୍ୟ କରାଯାଇଛି । ମହାପ୍ରଭୁଙ୍କ ବାହୁଡା ଯାତ୍ରା ଓ ସୁନାବେଶ ସରିବା ପରେ ପରିଚାଳନା କମିଟି, ହାଇଲେବୁଲ କମିଟି ଓ ସରକାରଙ୍କ ମିଳିତ ଅନୁମତି କ୍ରମେ ଆଉ ଏକ ଦିନରେ ଏହାର ସିଫ୍ଟିଂ କାମ କରାଯିବ । ଏହାର ଏଏସଆାଇ ରକ୍ଷାଣବେକ୍ଷଣା କରିବେ । ତେବେ ରତ୍ନଭଣ୍ଡାରର ମରାମତି ପରେ ଅସ୍ଥାୟୀ ଭଣ୍ଡାରରୁ ଅଳଙ୍କାର ପୁଣି ରତ୍ନଭଣ୍ଡାରକୁ ନେଇ ସେହିଠାରେ ହିଁ ଗଣତିମଣତି କରାଯିବ ।

Comments are closed.