Latest Odisha News

BREAKING NEWS

ଶ୍ରୀରାମ ମନ୍ଦିର ପ୍ରାଣପ୍ରତିଷ୍ଠା: ଜାନୁଆରୀ ୨୨ରେ ଓଡିଶାରେ ଛୁଟି ଘୋଷଣା ସହ ମଦ ଦୋକାନ ବନ୍ଦ ପାଇଁ ବିଜେପିର ଦାବି

ଭୁବନେଶ୍ବର: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି । ଏଥିପାଁଇ ଓଡିଶାରେ ଛୁଟି ଘୋଷଣା କରିବାକୁ ବିଜେପି ଦାବି କରିଛି । ଏହାସହ ସେ ଦିନ ରାଜ୍ୟରେ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି କହିଛି ବିଜେପି । ୫ ଶହ ବର୍ଷର ସଂଘର୍ଷ ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ ତେଣୁ ଦେଶର ଅନେକ ରାଜ୍ୟରେ ସେହି ଦିନ ଛୁଟି ଘୋଷଣା କରାଯାଇଛି ।

ଦେଶର ଅନେକ ରାଜ୍ୟରେ ଜାନୁଆରୀ ୨୨ ତାରଖ କୁ ଛୁଟି ଘୋଷଣା କରାଯାଇଛି ଏବଂ ନିଶାଦ୍ରବ୍ୟ ବନ୍ଦ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବିଜେପି ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, ଅନ୍ୟ ରାଜ୍ୟ ଭଳି ଓଡିଶା ସରକାର ମଧ୍ୟ ଜାନୁଆରୀ ୨୨ ତାରିଖରେ ଛୁଟି ଘୋଷଣା କରିବେ । ଉକ୍ତ ଏହି ଦିନକୁ ପୂର୍ଣ୍ଣ୍ୟ ଓ ପବିତ୍ର ଦିନ ଭାବେ ପାଳନ କରିବା ପାଇଁ ଆହ୍ୱାନ ଦେବା ସହ ନିଶାଦ୍ରବ୍ୟ ବିକ୍ରି ମଧ୍ୟ ବନ୍ଦ କରାନ୍ତୁ ବୋଲି ବିଜେପି ଦାବି କରିଛି ।

ତେବେ ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ଆଉ ମାତ୍ର ୬ ଦିନ ବାକି ଥିବାବେଳେ ଏନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଠାରୁ ଆସନ୍ତା ୨୧ ତାରିଖ ଯାଏଁ ରାମ ଲାଲାଙ୍କ ବିଭିନ୍ନ ଅଧିବାସ, ଜଳାଧିବାସ, ଶଯ୍ୟାବାସ ଔଷଧିବାସ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ୧୮ ତାରିଖରେ ଗର୍ଭଗୃହରେ ସ୍ଥାପନ ହେବ ରାମଲାଲାଙ୍କ ପ୍ରତିମୂର୍ତ୍ତି ଏବଂ ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା କରାଯିବ । ତେଣୁ ଉକ୍ତ ଦିନ ରାଜ୍ୟରେ ଛୁଟି ଘୋଷଣା କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି ।

ସେହିପରି,  ଆସନ୍ତାକାଲି ତଥା ଜାନୁଆରୀ ୧୭ ରେ ଶ୍ରୀମନ୍ଦିର ପରିକଳ୍ପନା ପ୍ରକଳ୍ପ ଲୋକାର୍ପଣ ହେବ । ଏହି ଲୋକାର୍ପଣ ଉତ୍ସବରେ ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ ତାହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.