ମୁମ୍ବାଇ: ପ୍ରାୟ ୧ ବର୍ଷ ପରେ କରୋନାରୁ ସ୍ଥିତି ସାଧାରଣ ହେଉଥିବା ବେଳେ ଅବହେଳା ଯୋଗୁ ଏହା ପୁନର୍ବାର ଭୟଙ୍କର ରୂପ ନେଇଛି । ଏହି ଜାଲରେ ସମସ୍ତେ ପଡିଥିବା ବେଳେ ବଲିଉଡ କିପରି ବାଦ୍ ପଡନ୍ତା । ବିଭିନ୍ନ ବିଗ ବଜେଟ ଫିଲ୍ମର ଶୁଟିଂ ଜୋର ସୋରରେ ଆରମ୍ଭ ହେଉଥିବା ବେଳେ ଏବେ ଏଥିରେ ବ୍ରେକ୍ ଲାଗିଛି । ଶାହାରୁଖ ଖାଁଙ୍କ ପଠାନ, ସଲମାନ ଖାଁ ଟାଇଗର ୩ ଓ ପ୍ରଭାସଙ୍କ ଆଦିପୁରୁଷ ଶୁଟିଂ ସାମୟିକ ଭାବେ ବନ୍ଦ କରାଯାଇଛି ।
ମହାରାଷ୍ଟ୍ରରେ ୧୪୪ ଧାରା ଲଗା ଯାଇଥିବାରୁ ଏଠାରେ ହେବାକୁ ଥିବା ସମସ୍ତ ଫିଲ୍ମର ଶୁଟିଂ ପ୍ରାୟତଃ ବନ୍ଦ ରହିଛି । ସରକାରଙ୍କ ଗାଇଡଲାଇନକୁ ମାନି ନିର୍ମାତାମାନେ ଫିଲ୍ମର ଶୁଟିଂ ବନ୍ଦ କରିଛନ୍ତି । ସ୍ଥିତି ସାଧାରଣ ହେବା ପରେ ପୁନର୍ବାର ଶୁଟିଂ ଆରମ୍ଭ ହେବ ବୋଲି ସେମାନେ କହିଛନ୍ତି ।
Comments are closed.